ONGC: ମହାନଦୀ ଅବବାହିକାରୁ ମିଳିଲା ଗ୍ୟାସ୍: ସ୍ପଷ୍ଟ କଲା ଓଏନ୍ଜିସି
ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଖାଦେଇଥିବା ତୈଳ ଓ ଗ୍ୟାସ୍ ସଙ୍କଟ ମଧ୍ୟରେ ଭାରତ ଏକ ଐତିହାସିକ ସଫଳତା ପାଇଛି। ଓଡ଼ିଶା ସମୁଦ୍ର ତଟରୁ ଏକ ବଡ଼ ଆଶ୍ବାସନାର ଖବର ଆସିିଛି। ମହାନଦୀ ଉପତଟୀୟ ଅବବାହିକାରେ କରାଯାଉଥିବା ଖନନରୁ ଗ୍ୟାସ୍ ବାହାରିଛି। ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ରାଷ୍ଟ୍ରାୟତ୍ତ ସଂସ୍ଥା ‘ଓଏନ୍ଜିସି’ ମହାନଦୀ ଅବବାହିକାରେ ଗଭୀର ସମୁଦ୍ରରେ ଗ୍ୟାସ୍ ଅନ୍ବେଷଣ ପାଇଁ ଖନନ କରୁଥିଲା। ସେଥିରୁ ଏହି ସଫଳତା ମିଳିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭର କରିବା ଓ ଆମଦାନି ନିର୍ଭରଶୀଳତା କମ୍ କରିବାରେ ସହାୟକ ହୋଇପାରିବ। ଓଏନ୍ଜିସି ଅନୁଯାୟୀ, ମହାନଦୀ ଅବବାହିକାରେ ‘ଏମ୍ଏନ୍-ଡିଡବ୍ଲ୍ୟୁ୧୮-୧-ଏଚ୍-ଡି’ ଅଞ୍ଚଳରେ ଗଭୀର କୂପ ଏମ୍ଡିଡବ୍ଲ୍ୟୁ-୨୮ର ଖନନ ବେଳେ ଗ୍ୟାସ୍ ମିଳିଛି। ଏହି କୂପରେ ୧୪୧୧-୧୪୫୨ ମିଟର ଖନନ ବେଳେ ଗ୍ୟାସ୍ ଠାବ କରାଯାଇଥିଲା। ଏହି କୂପ କୋଣାର୍କ ତଟରୁ ୪୩ କିଲୋମିଟର ଦୂରରେ ରହିଛି ଏବଂ ମହାନଦୀ ଅବବାହିକାରେ ଖୋଳାଯାଇଥିବା ଏହା ପ୍ରଥମ କୂପ। ସମୁଦ୍ର କୂଳଠାରୁ ପାଖରେ ଥିବାରୁ ଏହି ଗ୍ୟାସ୍ର ଶୀଘ୍ର ବାଣିଜ୍ୟିକ ଉପଯୋଗ ଆରମ୍ଭ ହୋଇପାରିବ ବୋଲି କମ୍ପାନି କହିଛି। ତେବେ ଏହା ପୂର୍ବରୁ ଆହୁରି ଅନୁଶୀଳନ ଓ ବାଣିଜ୍ୟିକ ଅନୁଧ୍ୟାନର ଆବଶ୍ୟକତା ରହିଛି। ଗତ ତିନି ଦିନ ଧରି ଏହି କୂପରୁ ଲଗାତାର ଭାବେ ଗ୍ୟାସ୍ ଉତ୍ସାହଜନକ ଗତିରେ ବାହାରୁଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ
ଗତ ଜୁଲାଇ ୨୫ରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ବାରା ଏହି କୂପରେ ଖନନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଖନନ ସମୟରେ ଓଏନ୍ଜିସି ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କ୍ରୁ ସଦସ୍ୟମାନଙ୍କୁ ଉତ୍ସାହିତ କରିବାକୁ ପହଞ୍ଚିଥିଲେ। ଏକ ଆକଳନ ଅନୁସାରେ ଭାରତର ପୂର୍ବତଟ ଓ ପଶ୍ଚିମତଟ ଗଭୀର ସମୁଦ୍ର ଅବବାହିକାରେ ୬୫୦୦ ନିୟୁତ ମେଟ୍ରିକ୍ ଟନ୍ରୁ ଅଧିକ ତୈଳ ଗଚ୍ଛିତ ଥିବା ଅନୁମାନ କରାଯାଉଛି। ଗଭୀର ସମୁଦ୍ରରେ ଖନନ କାର୍ଯ୍ୟ ପାଇଁ ପୂର୍ବରୁ ଥିବା ପ୍ରତିବନ୍ଧକଗୁଡ଼ିକୁ ସରକାର ହଟାଇ ଦେଇଛନ୍ତି। ୩୦୦୦ ମିଟର ପର୍ଯ୍ୟନ୍ତ ଖନନ ପାଇଁ ଅନୁମତି ଦେବା ପରେ ସମୁଦ୍ର ମନ୍ଥନ ଅଧୀନରେ ଖନନ ଆରମ୍ଭ ହୋଇଛି। ନିକଟରେ କାବେରୀ, ମହାନଦୀ ଓ ଆଣ୍ଡାମାନ ଅବବାହିକାରେ କରାଯାଇଥିବା ଅନୁସନ୍ଧାନରୁ ବ୍ୟାପକ ସଫଳତା ମିଳିଥିଲା।
Conference: ଆଜି ଏଏନ୍ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍ଘାଟନ କରିବେ ଅମିତ ଶାହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।