Onion: ଗୋଡ଼ରେ କଞ୍ଚା ପିଆଜ ରଖିବା ଦ୍ବାରା ଠିକ୍ ହୋଇଥାଏ କି ଜ୍ବର, ଥଣ୍ଡା?

Oct 20, 2026 - 21:01
Onion: ଗୋଡ଼ରେ କଞ୍ଚା ପିଆଜ ରଖିବା ଦ୍ବାରା ଠିକ୍ ହୋଇଥାଏ କି ଜ୍ବର, ଥଣ୍ଡା?

"ସୋସିଆଲ ମିଡିଆରେ ଏବେ ଏକ ଘରୋଇ ଉପଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦାବି କରାଯାଉଛି ଯେ, କଞ୍ଚା ପିଆଜକୁ ଗୋଲ ଗୋଲ କାଟି ମୋଜା ଭିତରେ ରଖି ରାତିସାରା ପିନ୍ଧି ଶୋଇଲେ ଥଣ୍ଡା, ଜ୍ୱର ଓ ସଂକ୍ରମଣରୁ ମୁକ୍ତି ମିଳିପାରିବ।

କେତେକ ଲୋକ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ ବୋଲି ମଧ୍ୟ ଦାବି କରୁଛନ୍ତି।

କିନ୍ତୁ ଏହି ଦାବିଗୁଡ଼ିକର କୌଣସି ଦୃଢ଼ ବୈଜ୍ଞାନିକ ପ୍ରମାଣ ନାହିଁ।

Advertisment ପିଆଜ ଏକ ପୁଷ୍ଟିକର ପରିବା।

ଏଥିରେ ଭିଟାମିନ୍‌ ସି, ଫାଇବର୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି।

ଏହା ସହିତ ପିଆଜରେ କ୍ୱେରସେଟିନ୍‌ ନାମକ ଏକ ଉଦ୍ଭିଦଜାତ ଉପାଦାନ ମଧ୍ୟ ମିଳିଥାଏ ଏହାର ରୋଗପ୍ରତିଶୋଧକ ଗୁଣ ଉପରେ ଗବେଷଣା ହୋଇଛି।

ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ପିଆଜ ଖାଇବା ହୃଦୟ ଓ ପାଚନ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ।

ସ୍ୱାସ୍ଥ୍ୟ ପାଇଁ ଉପକାରୀ ପିଆଜ ବିଶେଷଜ୍ଞଙ୍କ ମତରେ ପାଦରେ ପିଆଜ ରଖିବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

ଆମ ଶରୀରରେ ଥିବା ଯକୃତ ଓ ବୃକ୍‌କ ଭଳି ଅଙ୍ଗ ଅପଚୟ ପଦାର୍ଥକୁ ବାହାର କରିବାରେ ମୁଖ୍ୟ ଭୂମିକା ନିଏ।

ଚର୍ମ ମାଧ୍ୟମରେ ପିଆଜ ଶରୀର ଭିତରୁ ବିଷାକ୍ତ ପଦାର୍ଥ ଟାଣି ବାହାର କରିପାରେ ବୋଲି ଧାରଣାକୁ ବିଶେଷଜ୍ଞମାନେ ସମର୍ଥନ କରୁନାହାନ୍ତି।

ରାତିସାରା ମୋଜା ଭିତରେ ରଖିବା ପରେ ପିଆଜର ରଙ୍ଗ ବଦଳିଯାଇଥିବା ଦେଖି କେତେକ ଲୋକ ଏହା ଶରୀରରୁ ବିଷାକ୍ତ ପଦାର୍ଥ ଶୋଷି ନେଇଛି ବୋଲି ଭାବନ୍ତି।

କିନ୍ତୁ ଏହାର କାରଣ ଅନ୍ୟକିଛି ହୋଇଥାଇପାରେ।

ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ପିଆଜରେ ରାସାୟନିକ ପରିବର୍ତ୍ତନ ହୋଇପାରେ।

ଏହା ସହିତ ଚର୍ମରେ ଥିବା ସୂକ୍ଷ୍ମଜୀବଙ୍କ ସଂସ୍ପର୍ଶ ମଧ୍ୟ ଏହାର ରଙ୍ଗ ପରିବର୍ତ୍ତନର କାରଣ ହୋଇପାରେ।

ତେଣୁ ରଙ୍ଗ ବଦଳିବାକୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିବାର ପ୍ରମାଣ ବୋଲି ଧରିନେବା ଠିକ୍‌ ନୁହେଁ।

ସାଧାରଣ ଥଣ୍ଡା ପ୍ରାୟତଃ ଭାଇରସ୍‌ ଯୋଗୁଁ ହୋଇଥାଏ ଏବଂ ଅଧିକାଂଶ କ୍ଷେତ୍ରରେ କିଛି ଦିନ ମଧ୍ୟରେ ଭଲ ହୋଇଯାଏ।

ଏହି ସମୟରେ ପର୍ଯ୍ୟାପ୍ତ ବିଶ୍ରାମ ନେବା, ପାଣି ପିଇବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଉପକାରୀ ହୋଇପାରେ।

ଗ୍ୟାସ୍‌ କିମ୍ବା ମାଂସପେଶୀ ଟାଣ ଭାବି ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ ପିଆଜ ସୁପ୍‌ ପିଇବା ଦ୍ୱାରା ଶରୀରକୁ ପାଣି ଓ କିଛି ପୋଷକ ତତ୍ତ୍ୱ ମିଳିପାରେ।

ତେବେ ଏହା ଥଣ୍ଡାକୁ ଶୀଘ୍ର ଭଲ କରିଦିଏ ବୋଲି ପ୍ରମାଣ ନାହିଁ।

ଜ୍ୱର ଅଧିକ ହେଲେ କିମ୍ବା ଲକ୍ଷଣ ଦୀର୍ଘ ସମୟ ଧରି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦାବି ସତ୍ୟ ନୁହେଁ।

ପିଆଜ ଏକ ପୁଷ୍ଟିକର ଖାଦ୍ୟ ହୋଇଥିଲେ ମଧ୍ୟ ଏହାକୁ ସବୁ ରୋଗର ଚିକିତ୍ସା ଭାବେ ବ୍ୟବହାର କରିବା ଉଚିତ୍ ନୁହେଁ।

ଅଜଣା ଘରୋଇ ଉପଚାର ଉପରେ ଭରସା କରି ଉପଯୁକ୍ତ ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ।

ଶରୀରରେ ଗୁରୁତର ଲକ୍ଷଣ ଦେଖାଦେଲେ ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ନେବା ହିଁ ସବୁଠାରୁ ଉଚିତ୍ ଓ ସୁରକ୍ଷିତ ପଦକ୍ଷେପ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।