OPSC Aspirants Demand Exam Postponement: ବାତ୍ୟା ଅର୍ଣ୍ଣବ ପରେ OPSC ପରୀକ୍ଷା ଚିନ୍ତା, ପୁଣି ଘୁଞ୍ଚିବ କି ତାରିଖ?

Oct 29, 2026 - 22:09
OPSC Aspirants Demand Exam Postponement: ବାତ୍ୟା ଅର୍ଣ୍ଣବ ପରେ OPSC ପରୀକ୍ଷା ଚିନ୍ତା, ପୁଣି ଘୁଞ୍ଚିବ କି ତାରିଖ?

OPSC ମେନ୍ ପରୀକ୍ଷା ଉପରେ ପଡ଼ିଛି ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ।

ଆଜିଠାରୁ ଆରମ୍ଭ ହେବାକୁ ଥିବା ମେନ୍ ପରୀକ୍ଷାକୁ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ରୁ ନଭେମ୍ବର ୭ ତାରିଖ ଯାଏଁ ଧାର୍ଯ୍ୟ କରାଯାଇଛି।

ତେବେ ପରିବର୍ତ୍ତିତ ସମୟସୂଚୀକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ଆଶାୟୀ ପରୀକ୍ଷାର୍ଥୀ।

ପରିସ୍ଥିତିକୁ ବିଚାର କରି ପରୀକ୍ଷା ତାରିଖ ପୁଣି ଘୁଞ୍ଚାଇବାକୁ ସେମାନେ ଦାବି କରିଛନ୍ତି।

ପରୀକ୍ଷାର୍ଥୀଙ୍କ କହିବା ଅନୁଯାୟୀ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ବାତ୍ୟା ଓ ବର୍ଷାର ପ୍ରଭାବ ଅଧିକ ରହିଛି।

କେଉଁଠି ଘରେ ପାଣି ପଶିଯାଇଛି ତ ଆଉ କେଉଁଠି ରାସ୍ତାଘାଟ ଜଳମଗ୍ନ ହୋଇ ରହିଛି।

Advertisment ଏଭଳି ସ୍ଥିତିରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ଟ୍ରେନ୍ ବାତିଲ ହେବା ମଧ୍ୟ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢ଼ାଇଛି।

ଏଭଳି ପରିସ୍ଥିତିରେ ପରୀକ୍ଷା ପାଇଁ ଶେଷ ମୁହୂର୍ତ୍ତର ପ୍ରସ୍ତୁତି କିପରି କରିବେ ଏବଂ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ କିପରି ପହଞ୍ଚିବେ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଅନେକ ପରୀକ୍ଷାର୍ଥୀ।

ବାରମ୍ବାର ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି।

କିଛି ପରୀକ୍ଷାର୍ଥୀ ଗଣମାଧ୍ୟମ ସମ୍ମୁଖରେ ନିଜର ସମସ୍ୟା ଓ ଦାବି ଉପସ୍ଥାପନ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ବାତ୍ୟା ଓ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି OPSC କର୍ତ୍ତୃପକ୍ଷ ପରୀକ୍ଷାର୍ଥୀଙ୍କ ଦାବି ଉପରେ ପୁନର୍ବିଚାର କରିବେ କି?

ଏବେ ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅପେକ୍ଷା ଓ ଆଶଙ୍କା ଲାଗି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।