Orissa High Court Dismisses Vedanta Plea: ବେଦାନ୍ତକୁ ବଡ଼ ଝଟକା, ବକ୍ସାଇଟ୍ ପିଟିସନ୍ ଖାରଜ!
ବେଦାନ୍ତର ବକ୍ସାଇଟ୍ ଯୋଗାଣ ପିଟିସନ୍ ଖାରଜ। ବକ୍ସାଇଟ୍ ଯୋଗାଣକୁ ନେଇ ବେଦାନ୍ତ ପକ୍ଷରୁ ଦାଏର ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ। ୨୦୦୪ରେ ଚୁକ୍ତିନାମା ଆଧାରରେ ବକ୍ସାଇଟ୍ ଯୋଗାଇବାକୁ ଓଡ଼ିଶା ମାଇନିଂ କର୍ପୋରେସନ୍ ବା OMCକୁ ନିର୍ଦ୍ଦେଶ ଦେବା ପାଇଁ ବେଦାନ୍ତ ପିଟିସନ୍ ଦାଏର କରିଥିଲା। ବେଦାନ୍ତକୁ ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଇବାକୁ OMC ସହ ଚୁକ୍ତି ହୋଇଥିଲା। ତେବେ ୨୦୧୫ରେ ମାଇନ୍ସ ଆଣ୍ଡ ମିନେରାଲ୍ସ ବା MMDR ଆଇନରେ ସଂଶୋଧନ ପରେ ଏହି ଚୁକ୍ତି ବାତିଲ ହୋଇସାରିଥିବା ଅଦାଲତରେ ଯୁକ୍ତି ଦିଆଯାଇଥିଲା।
ହାଇକୋର୍ଟଙ୍କ ରାୟରେ ଦର୍ଶାଯାଇଛି, ଚୁକ୍ତି ବାତିଲ ହେବା ସମୟରେ ବେଦାନ୍ତ ପକ୍ଷରୁ ଏହାକୁ ତତ୍କାଳ ଚ୍ୟାଲେଞ୍ଜ କରାଯାଇନଥିଲା। ତେଣୁ ପୁରୁଣା ଚୁକ୍ତି ଆଧାରରେ ବକ୍ସାଇଟ୍ ଯୋଗାଣ ପାଇଁ କମ୍ପାନୀର ଦାବିକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ବଳିଷ୍ଠ ଯୁକ୍ତି ବାଢିଥିଲେ। ଏହାପରେ ଆଇନଗତ ପରିପ୍ରେକ୍ଷିତକୁ ବିଚାରକୁ ନେଇ ବେଦାନ୍ତର ପିଟିସନ୍ ଖାରଜ କରିଛନ୍ତି ହାଇକୋର୍ଟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।