Over 322 Kg of Ghee Seized: ଦୀପାବଳି ପୂର୍ବରୁ ହଇଚଇ! ଦୋକାନରୁ ଜବତ ହେଲା ୩୨୨ କେଜି ଘିଅ, ଜାଣନ୍ତୁ କାହିଁକି
ପାର୍ବଣ ଋତୁରେ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଦୋକାନରେ ଚାଲିଛି ବଡ଼ ବଡ଼ ଡିସକାଉଣ୍ଟ ଅଫର୍।
କେଉଁଠି 'Buy One, Get One Free' ତ ଆଉ କେଉଁଠି ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି।
ହେଲେ ଏହି ଆକର୍ଷଣୀୟ ଅଫର୍ ପଛରେ ଖାଦ୍ୟର ଗୁଣବତ୍ତାକୁ ନେଇ ଉଠିଛି ପ୍ରଶ୍ନ।
ଦିଲ୍ଲୀରେ ଏଭଳି ରିହାତି ଦେଉଥିବା ଦୋକାନଗୁଡ଼ିକରେ ଯାଞ୍ଚ କରି ୩୨୨ କିଲୋଗ୍ରାମରୁ ଅଧିକ ଘିଅ ଜବତ କରିଛି ଖାଦ୍ୟ ସୁରକ୍ଷା ବିଭାଗ।
ପାର୍ବଣ ପୂର୍ବରୁ ସୋସିଆଲ ମିଡିଆରେ ବଡ଼ ବଡ଼ ଡିସକାଉଣ୍ଟ ଅଫର୍ ଦେଇ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଉପରେ ଦିଲ୍ଲୀ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ନଜର ରଖିଥିଲା।
ଉତ୍ପାଦର ଗୁଣବତ୍ତା, ଦାମ୍ ଓ ଲେବଲିଂକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଏହି ଯାଞ୍ଚ କରାଯାଇଥିଲା।
Advertisment ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ଉତ୍ପାଦର ମାନ ଠିକ୍ ଅଛି କି ନାହିଁ ଏବଂ ମିଆଦ ଶେଷ ହୋଇଥିବା କିମ୍ବା ଭୁଲ୍ ଲେବଲ୍ ଲାଗିଥିବା ସାମଗ୍ରୀ ବିକ୍ରି ହେଉଛି କି ନାହିଁ, ତାହା ଯାଞ୍ଚ କରାଯାଇଥିଲା।
ତିନିଟି ଦୋକାନରୁ ଜବତ ହେଲା ଘିଅ ଦିଲ୍ଲୀର ବିକାଶପୁରୀ ଅଞ୍ଚଳରେ ଥିବା ଦୁଇଟି ଷ୍ଟୋରରେ ଯାଞ୍ଚ କରି ଅଧିକାରୀମାନେ ବିଭିନ୍ନ ବ୍ରାଣ୍ଡର ଘିଅରୁ ୫ଟି ନମୁନା ସଂଗ୍ରହ କରିଥିଲେ।
ଏହା ସହ ଅନ୍ୟ ଖାଦ୍ୟ ସାମଗ୍ରୀରୁ ମଧ୍ୟ ୫ଟି ନମୁନା ନିଆଯାଇଥିଲା।
ଏହି ଦୁଇ ଦୋକାନରୁ ୭୫.୫୦ ଲିଟରରୁ ଅଧିକ ଘିଅ ଜବତ ହୋଇଥିବା ଅଧିକାରୀମାନେ କହିଛନ୍ତି।
Advertisment ସେହିପରି ହସ୍ତାଲ ଗାଁରେ ଥିବା ଅନ୍ୟ ଏକ ଷ୍ଟୋରରୁ ଅନ୍ୟ ୩ଟି ବ୍ରାଣ୍ଡର ଘିଅର ୩ଟି ନମୁନା ସଂଗ୍ରହ କରାଯାଇଥିଲା।
ଏହି ଦୋକାନରୁ ମୋଟ ୨୪୬ କିଲୋଗ୍ରାମ ଘିଅ ଜବତ ହୋଇଛି।
ଘିଅର ନମୁନାଗୁଡ଼ିକୁ ଲାବରେଟୋରୀରେ ପରୀକ୍ଷା କରାଯିବ।
ରିପୋର୍ଟ ଆସିବା ପରେ ଆବଶ୍ୟକ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଘିଅ ଜବତ ହେବା ମାତ୍ରେ ତାହା ନକଲି କିମ୍ବା ଅପମିଶ୍ରିତ ବୋଲି ପ୍ରମାଣିତ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।