Overnight Water Surge Sparks Panic: ପ୍ରବଳ ବର୍ଷାରେ ସ୍ଥିତି ବେହାଲ, ଲୋକଙ୍କ ମନରେ ଛନକା

Aug 25, 2026 - 09:26
Overnight Water Surge Sparks Panic: ପ୍ରବଳ ବର୍ଷାରେ ସ୍ଥିତି ବେହାଲ, ଲୋକଙ୍କ ମନରେ ଛନକା

ପ୍ରବଳ ବର୍ଷାରେ ବେହାଲ ସୁନ୍ଦରଗଡ଼। ଗାଁ ଭିତରକୁ ପଶିଲା ବର୍ଷା ପାଣି। ବଣାଇ ବ୍ଲକ ସରସରା ପଞ୍ଚାୟତର ଫଟାଙ୍ଗ ନାଳରେ ପାଣି ବଢ଼ିବା ପରେ ସିନ୍ଦୁରଡ଼ିହି ଗାଁରେ ପାଣି ପଶିଯାଇଛି। ଲଗାଣ ବର୍ଷା ପରେ ନାଳରେ ହଠାତ୍ ପାଣି ଆସିବାରୁ ଗାଁର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। 

ଘର ନିକଟରେ ପାଣି ଜମି ରହିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ଫଟାଙ୍ଗ ନାଳରେ ଜଳସ୍ତର ବଢ଼ୁଥିବାରୁ ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି। ପାଣି ନିଷ୍କାସନ ଏବଂ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।