P Chidambaram: SIR ବିବାଦରେ ଚିଦମ୍ବରମଙ୍କ ବଡ଼ ବୟାନ, କହିଲେ ନିର୍ବାଚନ ଫଳାଫଳରେ ପଡ଼ିନି ପ୍ରଭାବ!

Sep 29, 2026 - 17:01
P Chidambaram: SIR ବିବାଦରେ ଚିଦମ୍ବରମଙ୍କ ବଡ଼ ବୟାନ, କହିଲେ ନିର୍ବାଚନ ଫଳାଫଳରେ ପଡ଼ିନି ପ୍ରଭାବ!

"ନୂଆଦିଲ୍ଲୀ: ଦେଶରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ବିବାଦ ମଧ୍ୟରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ପି.

ଚିଦମ୍ବରମ ବଡ଼ ବୟାନ ଦେଇଛନ୍ତି।

ମତଦାତା ତାଲିକାରୁ ଲକ୍ଷ ଲକ୍ଷ ନାମ ବାଦ ପଡ଼ିଥିବାକୁ ସେ ଗୁରୁତର ପ୍ରସଙ୍ଗ ବୋଲି କହିଥିଲେ ମଧ୍ୟ, କେବଳ SIR କାରଣରୁ ନିର୍ବାଚନର ଫଳାଫଳ ବଦଳିଯାଇଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ତାମିଲନାଡୁର ଶିବଗଙ୍ଗାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ ହୋଇଥିବା ପ୍ରଦର୍ଶନ ସମୟରେ ଗଣମାଧ୍ୟମ ସହ କଥା ହୋଇ ଚିଦମ୍ବରମ କହିଥିଲେ ଯେ, ଦେଶର ବିଭିନ୍ନ ରାଜ୍ୟରେ SIR ପ୍ରକ୍ରିୟା ସମୟରେ ବହୁ ସଂଖ୍ୟକ ମତଦାତାଙ୍କ ନାମ ତାଲିକାରୁ ହଟାଯାଇଛି।Advertisment CEC Gyanesh Kumar: ଜ୍ଞାନେଶ କୁମାରଙ୍କ ଉପରେ ଚାପ ପକାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ତାଙ୍କ ଦାବି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୬୫ ଲକ୍ଷ, ଦ୍ୱିତୀୟ ପର୍ଯ୍ୟାୟରେ ୬.୫୦ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୬.୧୦ କୋଟି ନାମ ବାଦ ପଡ଼ିଥିଲା।

ଅର୍ଥାତ୍ ମୋଟ ୧୩.୩୦ କୋଟି ମତଦାତା ତାଲିକାରୁ ହଟିଯାଇଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଚିଦମ୍ବରମ କହିଛନ୍ତି, ପଶ୍ଚିମବଙ୍ଗରେ SIR ଯୋଗୁଁ ନାମ ବାଦ ପଡ଼ିଥିବା ୨୨ ଲକ୍ଷ ଲୋକ ଅପିଲ୍ କରିଛନ୍ତି।

କିନ୍ତୁ ଛଅ ମାସ ମଧ୍ୟରେ କେବଳ ୧.୨୬ ଲକ୍ଷ ଅପିଲର ଶୁଣାଣି ସରିଛି।

ସେଥିରୁ ପ୍ରାୟ ୯୧ ପ୍ରତିଶତ ଲୋକଙ୍କ ନାମ ପୁଣିଥରେ ତାଲିକାରେ ସାମିଲ ହୋଇଛି।

ଏହା ପ୍ରକ୍ରିୟାରେ ବଡ଼ ତ୍ରୁଟି ଥିବାର ସଙ୍କେତ ଦେଉଛି ବୋଲି ସେ ମତ ରଖିଛନ୍ତି।

ତେବେ ତାମିଲନାଡୁ ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି ଯେ, TVKର ବିଜୟ କିମ୍ବା DMKର ପରାଜୟକୁ କେବଳ ମତଦାତା ତାଲିକାର ତ୍ରୁଟି କିମ୍ବା ଭୋଟ ଚୋରି ସହ ଯୋଡ଼ିବା ଉଚିତ ନୁହେଁ।

ତାଙ୍କ ମତରେ, କିଛି ଭୋଟରଙ୍କ ନାମ ଭୁଲବଶତଃ ବାଦ ପଡ଼ିଥାଇପାରେ, କିନ୍ତୁ ତାହା ଏକମାତ୍ର କାରଣ ବୋଲି ନିଷ୍କର୍ଷ କାଢ଼ିବା ଠିକ୍ ହେବ ନାହିଁ।

SIRକୁ ନେଇ ରାଜନୈତିକ ତର୍କ ବଢ଼ୁଥିବା ବେଳେ ଚିଦମ୍ବରମଙ୍କ ଏହି ବୟାନ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।