16 SEPTEMBER 2026

Welcome!

Unlock your personalized experience.
Sign Up

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

Sep 16, 2026 - 01:15
Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ଭୁବନେଶ୍ୱର: ଶୁଭାରମ୍ଭ ହେଲା ନୂଆ ଏଡୁକେସନ୍ ଓ କ୍ୟାରିୟର ଗାଇଡାନ୍ସ ପ୍ଲାଟଫର୍ମ। ଶିକ୍ଷା ଓ କ୍ୟାରିୟର ବାଛିବା ସମୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରି ସଠିକ୍ ଦିଗ ଦେଖାଇବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକ ଅଭିନବ ଏଆଇ ପ୍ଲାଟଫର୍ମ, ‘ପଦ୍ଧତି’। ଛାତ୍ରଛାତ୍ରୀଙ୍କ ରୁଚି, ଦକ୍ଷତା ଓ ଆକାଂକ୍ଷାକୁ ଆଧାର କରି ଉପଯୁକ୍ତ କ୍ୟାରିୟର ପଥ ଚିହ୍ନଟ କରିବା ଏହି ପ୍ଲାଟଫର୍ମର ମୂଳ ଲକ୍ଷ୍ୟ।

ଆଜିର ସମୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ବିକଳ୍ପ ବଢ଼ିବା ସହିତ ସଠିକ୍ ବିକଳ୍ପ ଚୟନ କରିବା ଏକ ବଡ଼ ଆହ୍ୱାନ ପାଲଟିଛି। ‘ପଦ୍ଧତି’ ଏହି ସମସ୍ୟାର ସମାଧାନ ଭାବେ ମାର୍ଗଦର୍ଶନ, ତଥ୍ୟ, ସୁଯୋଗ ଓ ପ୍ରଯୁକ୍ତିକୁ ଏକତ୍ର କରି ଛାତ୍ରଛାତ୍ରୀଙ୍କୁ ନିଜ ସମ୍ଭାବନା ଅନୁଧ୍ୟାନ କରିବାର ସୁଯୋଗ ଦେବ।

ଆହୁରି ପଢନ୍ତୁ: Gurugram biker hit-and-run case: ଗୁରୁଗ୍ରାମ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ଗିରଫ

ପ୍ଲାଟଫର୍ମର ଲଞ୍ଚ ଅବସରରେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଶୀତଲ ପାତ୍ର, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ, କୂଟନୀତିଜ୍ଞ ସଞ୍ଜୟ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ବାବୁ, ମିଡିଆ ପ୍ଲାନର ପ୍ରଣୟ ଜେଠୀ, ଆଇଆଇଟିଆନ ତୃପ୍ତି ଆଚାର୍ଯ୍ୟ ଓ ହୋଷ୍ଟ ଅମୃତା ରଥଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ। ଅଭିନେତ୍ରୀ ସୁଚରିତା ସ୍ୱାଇଁ, ପାୟଲିଆ ଓ ଅର୍ପିତା ମଧ୍ୟ ଉପସ୍ଥିତ ଥିଲେ।

‘ପଦ୍ଧତି’ର ଫାଉଣ୍ଡର ଦୀପ୍ତି ଆଚାର୍ଯ୍ୟ ଓ କୋ-ଫାଉଣ୍ଡର ମଧୁସ୍ମିତା ଦାଶ ଏହି ପ୍ଲାଟଫର୍ମକୁ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱକୁ ସ୍ପଷ୍ଟତାରେ ଏବଂ ସ୍ୱପ୍ନକୁ ସଠିକ୍ ଦିଗରେ ପରିଣତ କରିବାର ଏକ ପ୍ରୟାସ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।