Paddy Sale Registration Sets New Record: ଚାଷୀଙ୍କ ପାଇଁ ବଡ଼ ଖବର, ଆଉ ବଢ଼ିବନି ଧାନ ବିକ୍ରି ପଞ୍ଜୀକରଣ ଅବଧି
ଧାନ ବିକ୍ରି ପାଇଁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
ଗତବର୍ଷ ଧାନ ବିକ୍ରି ପାଇଁ ୧୯ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଏହାକୁ ଧାନ ବିକ୍ରି ପାଇଁ ରେକର୍ଡ ପଞ୍ଜୀକରଣ ବୋଲି କୁହାଯାଉଛି।
ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧିକୁ ସରକାର ୭ ଦିନ ବୃଦ୍ଧି କରିଥିଲେ। ବର୍ଦ୍ଧିତ ସମୟ ମଧ୍ୟରେ ମଧ୍ୟ ଅନେକ ଚାଷୀ ପଞ୍ଜୀକରଣ କରିଛନ୍ତି।
ତେବେ ଏବେ ପଞ୍ଜୀକରଣର ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି। ଫଳରେ ପଞ୍ଜୀକରଣ ପ୍ରକ୍ରିୟା ଏବେ ଶେଷ ହୋଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଥିବାରୁ ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ହେବ।
ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ
ଗତକାଲି ସୁଦ୍ଧା ପଞ୍ଜୀକରଣ କରିଛନ୍ତି ୨୧.୪୨ ଲକ୍ଷ ଚାଷୀ
ଗତବର୍ଷ ପଞ୍ଜୀକରଣ କରିଥିଲେ ୧୯ ଲକ୍ଷରୁ ଅଧିକ ଚାଷୀ
ଧାନ ବିକ୍ରି ପାଇଁ ପଞ୍ଜୀକରଣ ୭ ଦିନ ବୃଦ୍ଧି କରିଥିଲେ ସରକାର
ଅବଧି ଆଉ ବୃଦ୍ଧି କରାଯିବ ନାହିଁ କହିଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।