Pak MP to Asim Munir: ସେନା ଛାଡ଼, ନିର୍ବାଚନ ଲଢ଼: ଅସୀମ ମୁନିରଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଆହ୍ୱାନ ଦେଲେ ପାକ୍ ସାଂସଦ
ପାକ୍ ସରକାର ଜନସଂଖ୍ୟା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ କମିଟିରେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେବା ପରେ ଫଜଲୁର ରେହମାନ ଫିଲ୍ଡ ମାର୍ଶାଲଙ୍କୁ ରାଜନୀତି କରିବାକୁ ଚାହୁଁଥିଲେ ସେନା ଛାଡିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି।
ପ୍ରମୁଖ ପାକିସ୍ତାନୀ ରାଜନେତା ଏବଂ ଜମିଆତ ଉଲେମା-ଏ-ଇସଲାମ (ଫଜଲ)ର ମୁଖ୍ୟ ମୌଲାନା ଫଜଲୁର ରେହମାନ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଉପରେ କଥାରେ ବଡ଼ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଖୋଲାଖୋଲି ଭାବରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ସେ ରାଜନୀତିରେ ଅଂଶ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସାମରିକ ପଦରୁ ଇସ୍ତଫା ଦିଅନ୍ତୁ । ଏକ ରାଜନୈତିକ ଦଳ ଗଠନ କରନ୍ତୁ ଓ ନିର୍ବାଚନ ଲଢନ୍ତୁ।
୧୨ ଜୁଲାଇରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ରେହମାନ ସେନା ଉପରେ ରାଜନୈତିକ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଭିଯୋଗ ଆଣିଛନ୍ତି । ପ୍ରତିରକ୍ଷା ଏବଂ ସୁରକ୍ଷା ବିଷୟ ବାହାରେ ଏହାର ବଢ଼ୁଥିବା ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।
"ଯଦି ତୁମେ ରାଜନୀତି କରିବାକୁ ଚାହୁଁଛ, ତେବେ ୟୁନିଫର୍ମ କାଢି ରାଜନୀତିରେ ଆସ। ନିର୍ବାଚନ ଲଢ଼। ତା'ପରେ ଦେଖିବା ଜଣେ ୟୁନିଫର୍ମ ପିନ୍ଧିଥିବା ଲୋକ କେତେ ଭୋଟ ପାଏ," ରେହମାନ କହିଛନ୍ତି।
ପାକିସ୍ତାନରେ ସାମରିକ ଶକ୍ତିର ପ୍ରଭାବ ଆଉ 'ପରଦା ପଛରେ' ସୀମିତ ହୋଇ ରହିନାହିଁ ଏବଂ ଦେଶର କ୍ଷମତା ନିର୍ଣ୍ଣାୟକ ଭାବରେ ସଶସ୍ତ୍ର ବାହିନୀ ଆଡକୁ ସ୍ଥାନାନ୍ତରିତ ହୋଇଛି । ବେସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ସାମରିକ ପ୍ରାଧାନ୍ୟ ବୃଦ୍ଧି ପାଇଛି । ଠିକ୍ ଏହି ସମୟରେ ସେନା ମୁଖ୍ୟ ଅସୀମ ମୁନିର ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପଛରେ ପକାଇ ଦେଇଛନ୍ତି । ଏପରିକି ଅନ୍ତର୍ଜାତୀୟ ପ୍ରତିନିଧିତ୍ୱରେ ମଧ୍ୟ ଭାଗ ନେଉଛନ୍ତି ।
ମୁନିରଙ୍କୁ ସମାଲୋଚନା କରି ନ୍ୟାସନାଲ ଆସେମ୍ବଲିର ସଦସ୍ୟ ରହମାନ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ କିଏ ଶାସନ କରିବ, ତାହା ନିଷ୍ପତ୍ତି ନେବା ସେନାର କାମ ନୁହେଁ।
ଆପଣଙ୍କର ଯାହାକୁ ଚାହିଁବେ ସରକାର ଦେବାର କ୍ଷମତା ଅଛି, ଏବଂ ଯାହାଠାରୁ ଚାହିଁବେ ସରକାର ଛଡ଼ାଇ ନେବାର କ୍ଷମତା ଅଛି। କିଏ ସରକାର ଗଠନ କରିବ ଏବଂ କିଏ ଛାଡିବ ତାହା ନିଷ୍ପତ୍ତି ନେବା ସେନାର କାମ ନୁହେଁ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।