Pakistan Cricket Board Launches Internal Probe: ପାକିସ୍ତାନ କ୍ରିକେଟ୍‌ରେ ହଲଚଲ, ଲର୍ଡସ୍ ଟେଷ୍ଟ ପରାଜୟ ପରେ ବଢ଼ିଲା ସନ୍ଦେହ

Sep 07, 2026 - 16:37
Pakistan Cricket Board Launches Internal Probe: ପାକିସ୍ତାନ କ୍ରିକେଟ୍‌ରେ ହଲଚଲ, ଲର୍ଡସ୍ ଟେଷ୍ଟ ପରାଜୟ ପରେ ବଢ଼ିଲା ସନ୍ଦେହ

ପାକିସ୍ତାନ କ୍ରିକେଟ୍‌ରେ ପୁଣି ହଲଚଲ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖରାପ ପ୍ରଦର୍ଶନ ପରେ ଦଳରେ ବଡ଼ ପରିବର୍ତ୍ତନ ହୋଇଥିବା ବେଳେ ଏବେ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଶୃଙ୍ଖଳାଗତ ତଦନ୍ତ। ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି, ଦଳର ଶୃଙ୍ଖଳା ଓ ଆଚରଣକୁ ନେଇ ଆସିଥିବା ମିଡିଆ ରିପୋର୍ଟ ଆଧାରରେ ଏହି ତଦନ୍ତ ଚାଲିଛି।

ପ୍ରଥମ ଦୁଇଟି ଟେଷ୍ଟରେ ଇଂଲଣ୍ଡଠାରୁ ବଡ଼ ପରାଜୟ ପରେ ପାକିସ୍ତାନ ୭ ଜଣ ଖେଳାଳିଙ୍କୁ ଦଳରୁ ବାଦ୍ ଦେଇଥିବା ସହ କୋଚିଂ ଷ୍ଟାଫ୍‌ର ଦୁଇ ଜଣଙ୍କୁ ମଧ୍ୟ ହଟାଇଛି। ଏହାପରେ କିଛି ଖେଳାଳିଙ୍କ ଆଚରଣ ଓ ଫିଟନେସ୍‌କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏହି ଘଟଣା ପରେ ପାକିସ୍ତାନ କ୍ରିକେଟ୍‌ର ପୁରୁଣା ମ୍ୟାଚ୍ ଫିକ୍ସିଂ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାଲିଥିବା ତଦନ୍ତକୁ ମ୍ୟାଚ୍ ଫିକ୍ସିଂ ସହ ଯୋଡ଼ି ନାହିଁ PCB। ସୋସିଆଲ ମିଡିଆରେ ଘୁରୁଥିବା ଅପ୍ରମାଣିତ ଖବରକୁ ବିଶ୍ୱାସ ନକରିବାକୁ ମଧ୍ୟ ବୋର୍ଡ ଅପିଲ୍ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।