Pakistan: ଆତିଥେୟତାରେ ପାକିସ୍ତାନ ପଛରେ
"ଭାରତର ପରମ୍ପରା, ସଂସ୍କୃତି ଓ ଆତିଥେୟତା ସଦାସର୍ବଦା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସିଛି।
ଭାରତର ପଞ୍ଚତାରକା ହୋଟେଲଗୁଡ଼ିକ ଆଜି ଭାରତୀୟ ସମୃଦ୍ଧି ଓ ପ୍ରଗତିର ପ୍ରତୀକ ସାଜିଛନ୍ତି।
ନିକଟରେ ଜଣେ ପ୍ରସିଦ୍ଧ ବ୍ରିଟିଶ୍ ଟ୍ରାଭେଲ୍ ବ୍ଲଗର୍ ହ୍ୟାରି ଜାଗାର୍ଡ ଦକ୍ଷିଣ ଏସିଆର ବିଭିନ୍ନ ଦେଶ ଗସ୍ତ କରି ଭାରତ ଓ ପାକିସ୍ତାନର ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ମଧ୍ୟରେ ଥିବା ଗୁଣାତ୍ମକ ପାର୍ଥକ୍ୟକୁ ସାମ୍ନାକୁ ଆଣିଛନ୍ତି।
ମୁମ୍ବାଇର ଐତିହାସିକ ତାଜ୍ ପ୍ୟାଲେସ୍ରୁ ନେଇ କରାଚୀର ପର୍ଲ କଣ୍ଟିନେଣ୍ଟାଲ୍ ପର୍ଯ୍ୟନ୍ତ ନିଜର ଅନୁଭୂତି ବାଣ୍ଟି ସେ ସ୍ପଷ୍ଟ କରିଛନ୍ତି ଯେ, ଭାରତର ଆତିଥେୟତା ଓ ସେବାର ମାନ ଆଜି ଦୁବାଇ ଓ ୟୁକେ ଭଳି ବିଶ୍ୱସ୍ତରୀୟ ସହରଗୁଡ଼ିକ ସହ ସମକକ୍ଷ।
ମାତ୍ର ପାକିସ୍ତାନର ପଞ୍ଚତାରକା ହୋଟେଲ୍ଗୁଡ଼ିକର ସେବା ଅତ୍ୟନ୍ତ ନିମ୍ନମାନର।Advertisment El Nino: ଅତି ଶକ୍ତିଶାଳୀ ହେବ ଏଲ୍ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ ବାଂଲାଦେଶରେ ଅବସ୍ଥା ମଧ୍ୟ ତଦ୍ରୂପ।
ହ୍ୟାରି ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଧନୀ ଓ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ଭାରତ ବହୁତ ଶୀଘ୍ର ଆଗକୁ ବଢ଼ୁଛି ଓ ଏହାର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ରହିଛି।
ଏହି ତୁଳନା କେବଳ ହୋଟେଲର ସେବାକୁ ଦର୍ଶାଉ ନାହିଁ ବରଂ ଦ୍ରୁତ ଅଭିବୃଦ୍ଧି ପଥରେ ଥିବା ଭାରତୀୟ ଅର୍ଥବ୍ୟବସ୍ଥାର ସମୃଦ୍ଧ ଭବିଷ୍ୟତର ପ୍ରତିଫଳନ ସାଜିଛି।
Jalchand jewellers: ଲାଲ୍ଚନ୍ଦ୍ର ପାର୍ବଣ ଭେଟି: "ଆପଣଙ୍କ ଟଙ୍କାରେ ଅଧିକ ସୁନା""
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।