Pangolin Scales Seized: ୩୫୨ଟି ବଜ୍ରକାପ୍ତା କାତି ଜବତ, ୬ ଗିରଫ
"ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା।
ବଜ୍ରକାପ୍ତା କାତି ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ୍ କରିଛି ମାଲକାନଗିରି ବନ ବିଭାଗ।
ବଜ୍ରକାପ୍ତା କାତିର ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଛି ବନବିଭାଗ ।
ମାଲକାନଗିରି ସଦର ନିକଟସ୍ଥ ଡ୍ୟାମ୍ ସାଇଡ୍ ଛକ ନିକଟରେ ଚାଲିଥିଲା ଏହି ଡିଲ୍ ।
ପୂର୍ବରୁ ଖବର ପାଇ ସେଠାରେ ଜଗି ରହିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍ ।Advertisment ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା ଡିଲ୍ ସମୟରେ ଚଢ଼ାଉ କରି ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ ।
ଏଥିସହ ୩ଟି ବାଇକ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୨ ଜଣ ବୈପାରୀଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।ତେବେ ଏହି ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହାର ଖୋଳତାଡ଼ ଆରମ୍ଭ କରିଛି ବନ ବିଭାଗ ।
ଏହି ରାକେଟ୍ର ଚେର ଅନ୍ୟ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।
ବାହାର ରାଜ୍ୟରେ ଚଢ଼ା ଦରରେ ବଜ୍ରକାପ୍ତା କାତି ବିକ୍ରି କରିବା ପାଇଁ ଏହି ଚୋରାଚାଲାଣ ହେଉଥିବା ଅନୁମାନ କରାଯାଉଛି ।
ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି ।
Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।