Paris fashion week: ବ୍ଲାକ୍ ଗାଉନ୍ରେ ରାଜକୀୟ ଲୁକ୍, ପ୍ୟାରିସ୍ରେ ଛାଇଗଲେ ଐଶ୍ୱର୍ଯ୍ୟା
"ନୂଆଦିଲ୍ଲୀ: ପ୍ୟାରିସ୍ରେ ଫ୍ୟାଶନ୍ର ଜଲୱା...
ଆଉ ସେହି ମଞ୍ଚରେ ଚମକିଲେ ବଲିଉଡ୍ର ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।
ବ୍ଲାକ୍ ଭେଲଭେଟ୍ ଗାଉନ୍ରେ ତାଙ୍କ ରାଜକୀୟ ଅନ୍ଦାଜ ଦେଖି ଫ୍ୟାନ୍ଙ୍କ ଆଖି ଅଟକି ଯାଇଛି।
କେବଳ ଲୁକ୍ ନୁହେଁ, ଇଣ୍ଟରନ୍ୟାସନାଲ୍ ଷ୍ଟାର୍ଙ୍କ ସହ ରାମ୍ପ ୱାକ୍ କରି ପୁଣିଥରେ ଗ୍ଲୋବାଲ୍ ଫ୍ୟାଶନ୍ ମଞ୍ଚରେ ନିଜ ଦବଦବା ଦେଖାଇଛନ୍ତି ଐଶ୍ୱର୍ଯ୍ୟା।
ସେପ୍ଟେମ୍ବର ୨୮ରେ ପ୍ୟାରିସ୍ ଫ୍ୟାଶନ୍ ୱିକ୍ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସାମିଲ ହୋଇଥିଲେ।
ଏହି ଇଭେଣ୍ଟରୁ ତାଙ୍କର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଆଇଫେଲ୍ ଟାୱାର୍ ସାମ୍ନାରେ ପ୍ଲେସ୍ ଜୋଫ୍ରେରେ ଆୟୋଜିତ ଏହି ଫ୍ୟାଶନ୍ ଶୋ"ରେ ସେ କେଣ୍ଡଲ୍ ଜେନର୍ ଓ ଇଭା ଲଙ୍ଗୋରିଆଙ୍କ ଭଳି ଗ୍ଲୋବାଲ୍ ଆଇକନ୍ଙ୍କ ସହ ରାମ୍ପ ୱାକ୍ କରିଥିଲେ।
Radhika's clarification: ରାଧିକାଙ୍କ ସଫେଇAdvertisment ଐଶ୍ୱର୍ଯ୍ୟା ଲୋରିଆଲ୍ ପ୍ୟାରିସ୍ର "ଲେ ଡେଫିଲ୍"ର ନବମ ସଂସ୍କରଣରେ ଗ୍ଲୋବାଲ୍ ଆମ୍ବାସାଡର୍ ଭାବେ ଅଂଶଗ୍ରହଣ କରିଥିଲେ।
ଏଥର ଶୋ"ର ଥିମ୍ ଥିଲା "ୱାକ୍ ୟୋର୍ ୱର୍ଥ"।
ଆତ୍ମବିଶ୍ୱାସ, ବିବିଧତା ଏବଂ ମହିଳାଙ୍କ ଏକତାକୁ ନେଇ ଏହି ଥିମ୍ ରହିଥିଲା।
ଏହି ଅବସରରେ ଐଶ୍ୱର୍ଯ୍ୟା ଡିଜାଇନର୍ ୟାରା ଶୁମାକରଙ୍କ ଡିଜାଇନ୍ କରିଥିବା ଶାନଦାର ବ୍ଲାକ୍ ଭେଲଭେଟ୍ ଗାଉନ୍ ପିନ୍ଧିଥିଲେ।
ଗାଉନ୍ ସାଙ୍ଗକୁ କର୍ଲି ହେୟାର୍, ଟିଆରା, ଡ୍ୟୁଇ ମେକଅପ୍ ଏବଂ ରେଡ୍ ଲିପ୍ଷ୍ଟିକ୍ ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା।
ସୋସିଆଲ୍ ମିଡିଆରେ ଫ୍ୟାନ୍ମାନେ ତାଙ୍କ ଏହି ରାଜକୀୟ ଲୁକ୍କୁ ନେଇ ଚର୍ଚ୍ଚା କରୁଛନ୍ତି ।
ତେବେ ଫ୍ୟାଶନ୍ ଶୋ"ର ସବୁଠୁ ଖାସ୍ ମୁହୂର୍ତ୍ତ ଥିଲା ଐଶ୍ୱର୍ଯ୍ୟା ଓ ସେଲିନ୍ ଡିଅନ୍ଙ୍କ ସାକ୍ଷାତ।
ଦୁହେଁ ପରସ୍ପରର ହାତ ଧରିବା ସହ ଆଲିଙ୍ଗନ କରିଥିଲେ ଏବଂ କିସ୍ ମଧ୍ୟ କରିଥିଲେ।
ଏହାପରେ ଷ୍ଟେଜ୍ରେ ଦୁହେଁ ଅଚାନକ ଡ୍ୟାନ୍ସ କରିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।
ସେଲିନ୍ଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଏହି କେ ମେଷ୍ଟ୍ରି ଏବେ ଫ୍ୟାନ୍ଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚାରେ ।
ଐଶ୍ୱର୍ଯ୍ୟାଙ୍କ ସହ ଏହି ଷ୍ଟାର୍-ଷ୍ଟଡେଡ୍ ଶୋ"ରେ ସିମୋନ୍ ଆଶ୍ଲି, ଭାଓଲା ଡେଭିସ୍, ଜେନ୍ ଫୋଣ୍ଡା ଏବଂ ସେଲିନ୍ ଡିଅନ୍ଙ୍କ ଭଳି ଅନ୍ତର୍ଜାତୀୟ ଚେହେରା ମଧ୍ୟ ରାମ୍ପରେ ନଜର ଆସିଥିଲେ।
ଏହାର ଗୋଟିଏ ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ପ୍ୟାରିସ୍ରେ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ନଜର ଆସିଥିଲେ।
ଅଭିନୟ କଥା କହିଲେ, ତାଙ୍କ ଶେଷ ଥିଏଟ୍ରିକାଲ୍ ଫିଲ୍ମ ଥିଲା ମଣି ରତ୍ନମ୍ଙ୍କ "ପୋନ୍ନିୟିନ୍ ସେଲ୍ଭାନ୍: II"।
ତେବେ ଏବେ ଅଭିନୟ ନୁହେଁ, ପ୍ୟାରିସ୍ ଫ୍ୟାଶନ୍ ୱିକ୍ରେ ନିଜ ଷ୍ଟାଇଲ୍ରେ ଐଶ୍ୱର୍ଯ୍ୟା ପୁଣିଥରେ ଛାଇଯାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।