Paris: ‘ଖୁବ୍ ଶୀଘ୍ର ମୁସଲିମ୍ ସହରରେ ପରିଣତ ହେବ ପ୍ୟାରିସ୍’

Oct 20, 2026 - 11:29
Paris: ‘ଖୁବ୍ ଶୀଘ୍ର ମୁସଲିମ୍ ସହରରେ ପରିଣତ ହେବ ପ୍ୟାରିସ୍’

"ୱାଶିଂଟନ୍/ପ୍ୟାରିସ୍: ପ୍ୟାରିସ୍ ଖୁବ୍ ଶୀଘ୍ର ଏକ ମୁସଲିମ୍ ସହରରେ ପରିଣତ ହେବାକୁ ଯାଉଛି ଏବଂ ଏହା ନିୟମାନୁଯାୟୀ ସଠିକ୍ ନୁହେଁ।

ଫ୍ରାନ୍ସରେ ଜାରି ରହିଥିବା ବ୍ୟାପକ ଦଙ୍ଗା, ହିଂସା ଓ ଅଶାନ୍ତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସାଂଘାତିକ ବୟାନ୍ ଦେଇଛନ୍ତି।

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋଁଙ୍କ ସିଥିଳ ଅନୁପ୍ରବେଶ ଓ ପ୍ରବାସୀ ନୀତି ଯୋଗୁଁ ହିଁ ଦେଶରେ ଏଭଳି ଭୟାବହ ସ୍ଥିତି ଉପୁଜିଛି ବୋଲି ଟ୍ରମ୍ପ ସିଧାସଳଖ ଆରୋପ ଲଗାଇଛନ୍ତି।Advertisment ସୋମବାର ହ୍ୱାଇଟ୍ ହାଉସ୍ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ, ସେ ପୂର୍ବରୁ ମାକ୍ରୋଁଙ୍କୁ ଚେତାବନୀ ଦେଇ ଅନିୟନ୍ତ୍ରିତ ପ୍ରବାସୀଙ୍କ ପ୍ରବେଶ ରୋକିବାକୁ ପରାମର୍ଶ ଦେଇଥିଲେ।

ମୁଁ ତାଙ୍କୁ ବହୁ ପୂର୍ବରୁ କହିଥିଲି ଯେ ଆପଣ ବଡ଼ ଭୁଲ୍ କରୁଛନ୍ତି।

ଆପଣ ସାରା ବିଶ୍ୱର ଲୋକଙ୍କୁ ନିଜ ଦେଶକୁ ଆସିବାକୁ ଅନୁମତି ଦେଉଛନ୍ତି, ବୋଲି ଟ୍ରମ୍ପ ପ୍ରକାଶ କରିବା ସହ ଅପରିବର୍ତ୍ତିତ ପ୍ରବାସୀ ଅନୁପ୍ରବେଶ ଫ୍ରାନ୍ସର ରାଜଧାନୀର ଜନସଂଖ୍ୟା ଗଠନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି।

ଟ୍ରମ୍ପଙ୍କ ସିଧାସଳଖ ଆରୋପ ଅନ୍ୟପକ୍ଷରେ, ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପ୍ୟାରିସ୍, ଲିଲ୍ ଏବଂ ନିସ୍ ଭଳି ପ୍ରମୁଖ ସହରଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଏବଂ ସାଧାରଣ ସଭାସମିତି ଉପରେ କଡ଼ା କଟକଣା ଲଗାଇଛନ୍ତି।

ହିଂସାରେ ସାମିଲ ଥିବା ଅଭିଯୋଗରେ ୨,୪୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୧,୦୦୦ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁ ଆଇନ ଶୃଙ୍ଖଳା ଫେରାଇ ଆଣିବାକୁ ଦୃଢ଼ ସଂକଳ୍ପ ପ୍ରକାଶ କରିବା ସହ ଆବଶ୍ୟକ ପଡ଼ିଲେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏଫଆଇଆଇ ସମ୍ମିଳନୀ ୨୦୨୭ ପର୍ଯ୍ୟନ୍ତ ସ୍ଥଗିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।