Parivesh Panchayat: ଏକାମ୍ର ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’: ‘ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ଆଗେଇ ଆସନ୍ତୁ’
"ଭୁବନେଶ୍ୱର: ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ପ୍ଲାଷ୍ଟିକ ସାମଗ୍ରୀ ବର୍ଜନକୁ ଆମକୁ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ।
ଆଗାମୀ ପିଢ଼ି ପାଇଁ ଆମକୁ ଏକ ସୁସ୍ଥ ପରିବେଶ ଦେବାକୁ ହେଲେ, ଏବେଠାରୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି।
ଆଜି ଏକାମ୍ର ମହାବିଦ୍ୟାଳୟ ପରିସରରେ "ସମ୍ବାଦ" ପକ୍ଷରୁ ଆୟୋଜିତ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇ କହିଥିଲେ ଯେ, ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି।
ପରିବେଶକୁ ବଞ୍ଚାଇବା ପାଇଁ ଯୁବପିଢ଼ିଙ୍କୁ ଆଗେଇ ଆସିବାକୁ ପଡ଼ିବ।
କେବଳ ଗଛ ଲଗାଇବା ଯଥେଷ୍ଟ ନୁହେଁ, ଅନ୍ତତଃ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାହାର ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ।
ଶିକ୍ଷାନୁଷ୍ଠାନର ଶେଷ ବର୍ଷର ଛାତ୍ରଛାତ୍ରୀମାନେ ନିଜ ନାମରେ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ।
୫ ବର୍ଷ ପରେ ଆସି ନିଜେ ଲଗାଇଥିବା ଗଛ ଦେଖିଲେ ମହାବିଦ୍ୟାଳୟରେ ସେମାନଙ୍କର ସ୍ମୃତି ଉଜ୍ଜୀବିତ ହେବ। " ସମ୍ବାଦ" ପରିବାର ପକ୍ଷରୁ ଆରମ୍ଭ ହୋଇଥିବା "ପୁନଶ୍ଚ ପୃଥିବୀ" କାର୍ଯ୍ୟକ୍ରମ କେବଳ "ସମ୍ବାଦ"ର ଦାୟିତ୍ବ ନୁହେଁ, ଆମେ ସମସ୍ତେ ସଚେତନ ନାଗରିକ ଏ ଦିଗରେ କାର୍ଯ୍ୟ କରିବାର ସମୟ ଉପନୀତ ହୋଇଛି ବୋଲି ବିଧାୟକ ଶ୍ରୀ ସିଂହ କହିଥିଲେ।
ଏହା ସହିତ ପୂର୍ବରୁ ଏକାମ୍ର କ୍ଷେତ୍ରର ଜୀବନରେଖା କୁହାଯାଉଥିବା ଦୟା ଓ ଗଙ୍ଗୁଆ ନାଳର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି।
ଗଙ୍ଗୁଆ ନାଳକୁ ପୁଣି ଗଙ୍ଗବତୀ ନଦୀରେ ପରିଣତ କରିବାକୁ ହେଲେ, ଆମ ସମସ୍ତଙ୍କୁ କିଛି ତ୍ୟାଗ କରିବାକୁ ପଡ଼ିବ।
ଦୟା ୱେଷ୍ଟ କେନାଲରେ ଯେପରି ବିନା କୌଣସି ବାଧାରେ ଜଳ ନିଷ୍କାସନ ହୁଏ, ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି।
ଏଥିପାଇଁ ସରକାର ଦୁଇହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି।
ଆସନ୍ତା ମାସଠାରୁ ଏହାର କାମ ଆରମ୍ଭ ହେବ ବୋଲି ଶ୍ରୀ ସିଂହ କହିଛନ୍ତି।Advertisment Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଗ୍ରିନ୍ ୱର୍ଲ୍ଡ ଟ୍ରଷ୍ଟର ଅଧ୍ୟକ୍ଷ ତଥା କର୍ପୋରେଟର ନୃପେଶ ନାୟକ ପରିବେଶ ସମ୍ବନ୍ଧୀୟ ବହୁ ଉପଯୋଗୀ ବାର୍ତ୍ତା ଦେବା ସହିତ ମୋବାଇଲ୍ ଓ ନିଶାସେବନରୁ ବାହାରି ଯୁବଗୋଷ୍ଠୀ ପରିବେଶମୁଖୀ ହେବା ଉଚିତ ବୋଲି କହିଥିଲେ।
ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଗାଡ଼ି ବଦଳରେ ସାଇକେଲ୍ କିମ୍ବା ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହା ସହିତ ଭୁବନେଶ୍ୱରରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
କର୍ପୋରେଟର ମଧୁସ୍ମିତା ପ୍ରଧାନ, କବିତା ମାଧ୍ୟମରେ ପରିବେଶ ସୁରକ୍ଷାର ସନ୍ଦେଶ ଦେବା ସହ ନିଜ ଅଗଣାରେ ଗୋଟିଏ ହେଉ ପଛେ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ।
କର୍ପୋରେଟର୍ ଅଜିତ ବେହେରା "ପୃଥିବୀ ଆମ ମାତା, ବୃକ୍ଷ ଆମ ଜୀବନ" ଏହି ବାର୍ତ୍ତା ଦେଇ ଗଛକୁ ଭଲ ପାଇବାକୁ ପରାମର୍ଶ ଦେଇଥିଲେ।
ସମ୍ବାଦ ମହାନଗର ସଂସ୍କରଣ ମୁଖ୍ୟ ସରୋଜ ଦାଶ ବଦଳୁଥିବା ଋତୁଚକ୍ର ଓ ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତା ପ୍ରକଟ କରିଥିଲେ।
ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ସହ ଦୟା ଓ ଗଙ୍ଗୁଆ ନାଳରେ ପ୍ଲାଷ୍ଟିକ୍ ଆବର୍ଜନା ପଡ଼ିରହି ପ୍ରାକୃତିକ ଜଳନିଷ୍କାସନ ବାଧାପ୍ରାପ୍ତ ହେଉଥିବାରୁ ଏହା ବିରୋଧରେ ପ୍ରତ୍ୟେକ ଘରୁ ସଚେତନତା ଆରମ୍ଭ ହେବା ଦରକାର ବୋଲି କହିଥିଲେ।
ବରିଷ୍ଠ ସାମ୍ୱାଦିକ ସନତ ମିଶ୍ର, ଛାତ୍ରସମାଜ ପ୍ରତି ୩ ମାସରେ ଥରେ ଗଛ ଲଗାଇ ତାହାକୁ ବଞ୍ଚାଇବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ଏକାମ୍ର ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା ବିଦ୍ୟାଳୟ ସ୍ତରରୁ ବୃକ୍ଷରୋପଣ କରିବା ସହିତ ଗଛ ନକାଟି ଗଛ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ନିବେଦନ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକାମ୍ର କଲେଜ ଅଧ୍ୟକ୍ଷ ଜିତେନ୍ଦ୍ରନାଥ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଅଧ୍ୟାପିକା ବିଭାବତୀ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଶେଷରେ "ସମ୍ବାଦ" ଏକାମ୍ର ଜୋନ୍ ମୁଖ୍ୟ ଲିଙ୍ଗରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ କାର୍ଯ୍ୟକ୍ରମରେ ଏକାମ୍ର ବରିଷ୍ଠ ନାଗରିକ ମଞ୍ଚର ଧୀରେନ ପଟ୍ଟନାୟକ, ବିରଞ୍ଚି ମିଶ୍ର, କେଳୁ ଚରଣ ପାଣି, ବିଶ୍ବଜିତ ସ୍ବାଇଁ, ସକଳେଶ୍ବର ପଟ୍ଟନାୟକ, ଅମ୍ବିକା ଶିଶୁ ଗୋସ୍ବାମୀ, ରବିପ୍ରସାଦ ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ, ସଞ୍ଜୀବ ମହାନ୍ତି, ସମାଜସେବୀ ସୁରେନ୍ଦ୍ର ପ୍ରଧାନ, ହିମାନି ମାଲ୍ୟା, ଜୟନ୍ତୀ ଦାସ, ସୁରେନ୍ଦ୍ର ପ୍ରଧାନ, ଧରିତ୍ରୀ ପରିଜା, ନିବେଦିତା ମହାନ୍ତି, ଦିଲୀପ କୁମାର ମଲ୍ଲିକ, ରମାମଣି ସିକଦାରଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା ରହିଥିଲେ।
କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।