Parliament: ଚଳିତ ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ!

Oct 16, 2026 - 20:45
Parliament: ଚଳିତ ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ!

"ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବା ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ସ୍ୱର ତୀବ୍ର ହୋଇଛି।

ଏଭଳି ସ୍ଥିତିରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପାଇଁ ସରକାର ଚଳିତ ମାସ ଶେଷ ଭାଗରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିପାରନ୍ତି।

ଲୋକସଭାରେ ଏହି ବିଲ୍‌ଗୁଡ଼ିକୁ ପାସ୍‌ କରାଇବା ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି।Advertisment ଆହୁରି ପଢନ୍ତୁ :Saba Pataudi: କାହିଁକି ଏବେ ବି ଅବିବାହିତ ସୈଫ୍‌ଙ୍କ ଭଉଣୀ ସବା?

ସୂତ୍ର ଅନୁଯାୟୀ, ସରକାର ନିଜ ପାଖରେ ଆବଶ୍ୟକ ସଂଖ୍ୟା ଥିବା ନେଇ ଆଶ୍ୱସ୍ତ ଅଛନ୍ତି।

ପ୍ରସ୍ତାବିତ ଆଇନଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ସେମାନେ ପ୍ରସ୍ତୁତି ଚଳାଇଛନ୍ତି।

ଏପରିକି ସମ୍ଭାବ୍ୟ ଭୋଟ୍‌ ପୂର୍ବରୁ ଅଧିକ ସମର୍ଥନ ଯୋଗାଡ଼ କରିବାକୁ ବିରୋଧୀ ଦଳଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି।

ଗତ ଏପ୍ରିଲ ୧୭ ତାରିଖରେ ବଜେଟ୍‌ ଅଧିବେଶନ ସମୟରେ ମୋଦୀ ସରକାରଙ୍କୁ ଝଟ୍‌କା ଲାଗିଥିଲା।

ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ଜଡ଼ିତ ସାମ୍ବିଧାନିକ ସଂଶୋଧନ ବିଲ୍‌ ନିମ୍ନ ସଦନରେ ଗୃହୀତ ହୋଇପାରି ନ ଥିଲା।

ଏହାପରେ ସରକାର ମୌସୁମୀ ଅଧିବେଶନରେ ବିଲ୍‌ଗୁଡ଼ିକ ଆଣିବେ ବୋଲି ଚର୍ଚ୍ଚା ହୋଇଥିଲା।

କିନ୍ତୁ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ବିବାଦ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ପରିସ୍ଥିତି ପ୍ରତିକୂଳ ହୋଇଥିଲା।

ଅନ୍ୟପକ୍ଷରେ, କକ୍ରୋଚ୍ ଜନତା ପାର୍ଟିର ବିକ୍ଷୋଭ ଓ ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା ମଧ୍ୟରେ ସରକାର ବିଲ୍‌ ଆଗତ କରିବାକୁ ଘୁଞ୍ଚାଇ ଚାଲିଛନ୍ତି।

ଆହୁରି ପଢନ୍ତୁ :JammuKashmir: 'ଗେଟଆଉଟ' କାହିଁକି କହିଲ?

ଆଇଏଏସ ଅଧିକାରୀଙ୍କୁ ହଟାଇବାକୁ ଦାବି କଲେ ଫାରୁକ୍ ଅବ୍ଦୁଲ୍ଲା ସାମ୍ବିଧାନିକ ସଂଶୋଧନ ପାଇଁ ସଂସଦରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।

ବର୍ତ୍ତମାନ ଲୋକସଭାରେ ମୋଟ ୫୪୦ ଜଣ ସଦସ୍ୟ ଥିବାରୁ ଏହି ବିଲ୍‌ ପାସ୍‌ କରାଇବା ପାଇଁ ୩୬୦ ଜଣ ସାଂସଦଙ୍କ ସମର୍ଥନ ଦରକାର।

ଗତଅଧିବେଶନ ପରେ ସରକାରଙ୍କ ସ୍ଥିତି ଅଧିକ ମଜଭୁତ ହୋଇଥିବା ଦାବି କରାଯାଉଛି।

ତୃଣମୂଳ କଂଗ୍ରେସର ୨୦ ଜଣ ଓ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଶାସକ ମେଣ୍ଟକୁ ସମର୍ଥନ କରୁଥିବା କୁହାଯାଉଛି।

ଆହୁରି ପଢନ୍ତୁ :Kiren Rijiju: "ଦିମାଗୀ ନକ୍ସଲ" ଓ ଦେଶଭକ୍ତ ଭାରତୀୟଙ୍କ ମଧ୍ୟରେ ଲଢ଼େଇ: ରିଜିଜୁ ସୂତ୍ର ଅନୁଯାୟୀ, ଅଧିକ ସମର୍ଥନ ହାସଲ କରିବା ପାଇଁ କେନ୍ଦ୍ର ସରକାର ଡିଏମ୍‌କେ ସହ ଆଲୋଚନା କରୁଛନ୍ତି।

ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଟିଭିକେ ସରକାର ଗଠନ କରିବା ଏବଂ କଂଗ୍ରେସ ଏହାକୁ ସମର୍ଥନ ଦେବା ପରେ ଡିଏମ୍‌କେ ଇଣ୍ଡି ମେଣ୍ଟରୁ ଓହରିଯାଇଛି।

ତେଣୁ ଡିଏମ୍‌କେକୁ ନିଜ ପଟକୁ ଆଣିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି।

ଏହା ସହ ଅନ୍ୟ କିଛି ଛୋଟ ଦଳ ସହ ମଧ୍ୟ ଆଲୋଚନା କରାଯାଉଛି।

ଆହୁରି ପଢନ୍ତୁ :Judgement: ଏସ୍‌ଆଇଆର୍‌ ମାମଲା: ସଞ୍ଜୟ ରାଉତଙ୍କ ଆଚରଣର ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମ୍‌କୋର୍ଟ ସୂଚନାଯୋଗ୍ୟ, ଅଗଷ୍ଟ ୧୩ ତାରିଖରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନକୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସମାପ୍ତ ଘୋଷଣା କରାଯାଇନାହିଁ।

ତେଣୁ ସରକାରଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିବାର ସୁଯୋଗ ରହିଛି।

ସୂତ୍ର ଅନୁଯାୟୀ, ଅକ୍ଟୋବର ୨୬ ଓ ୨୭ ତାରିଖରେ ଏହି ଅଧିବେଶନ ଡକାଯାଇପାରେ।

ଏଥିପାଇଁ ସପ୍ତାହକ ପୂର୍ବରୁ ନୋଟିସ୍‌ ଜାରି କରାଯିବାର ସମ୍ଭାବନା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।