Part Of Actor Ajay Devgn's Juhu Bungalow Demolished: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବଙ୍ଗଳାରେ ବୁଲିଲା ବୁଲଡୋଜର, ବିଏମସିର ବଡ଼ ଆକ୍ସନ!

Oct 17, 2026 - 11:59
Part Of Actor Ajay Devgn's Juhu Bungalow Demolished: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବଙ୍ଗଳାରେ ବୁଲିଲା ବୁଲଡୋଜର, ବିଏମସିର ବଡ଼ ଆକ୍ସନ!

ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳାର କିଛି ଅଂଶ ଭାଙ୍ଗିଛି ବୃହନ୍‌ମୁମ୍ବାଇ ମହାନଗର ନିଗମ (‍ବିଏମସି)। ବେଆଇନ ନିର୍ମାଣ ଅଭିଯୋଗରେ କାମ ବନ୍ଦ କରିବାକୁ ନୋଟିସ୍ ଜାରି ହେବାର କିଛି ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁସାରେ, ମୁମ୍ବାଇର ଜୁହୁ ଅଞ୍ଚଳର କାପୋଲେ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ଅଜୟ ଦେବଗନଙ୍କ ଏହି ବଙ୍ଗଳା ରହିଛି। ପ୍ରାୟ ୭,୮୦୨ ବର୍ଗଫୁଟ୍‌ ଅଞ୍ଚଳରେ ଥିବା ଏହି ବଙ୍ଗଳାରେ ଆବଶ୍ୟକ ମ୍ୟୁନିସିପାଲ୍ ଅନୁମତି ନ ନେଇ ବିଭିନ୍ନ ନିର୍ମାଣ ଓ ପରିବର୍ତ୍ତନ କାମ ଚାଲିଥିବା ନେଇ ବିଏମସି ଅଭିଯୋଗ କରିଛି।

ମହାନଗର ନିଗମର କହିବା ଅନୁଯାୟୀ, ବଙ୍ଗଳା ଭିତରେ କିଛି ଅଂଶର ପରିବର୍ତ୍ତନ, କାନ୍ଥ ନିର୍ମାଣ, ଝରକାରେ ପରିବର୍ତ୍ତନ ସହ ଅନ୍ୟାନ୍ୟ ଢାଞ୍ଚାଗତ କାମ କରାଯାଉଥିଲା। ଏଥିପାଇଁ ଆବଶ୍ୟକ ଅନୁମତି ନିଆଯାଇ ନଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ବିଏମସି ସେପ୍ଟେମ୍ବର ୧୦ ତାରିଖରେ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନର ଧାରା 354A ଅନୁଯାୟୀ ନୋଟିସ୍ ଜାରି କରିଥିଲା। ନିର୍ମାଣ କାମ ତୁରନ୍ତ ବନ୍ଦ କରିବା ସହ ଆବଶ୍ୟକ ଅନୁମତି ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ନୋଟିସ୍ ଜାରି ହେବା ପରେ ମଧ୍ୟ ନିର୍ମାଣ କାମ ଜାରି ରହିଥିବା ବିଏମସି ପକ୍ଷରୁ କୁହାଯାଇଛି। ଏହାପରେ ନିଗମ ପକ୍ଷରୁ ବଙ୍ଗଳାର କିଛି ଅଂଶ ଭଙ୍ଗାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଅଜୟ ଦେବଗନ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।