Penguin: ପେଙ୍ଗୁଇନ୍‌ର ନୂଆ ପ୍ରଜାତି

Sep 24, 2026 - 04:17
Penguin: ପେଙ୍ଗୁଇନ୍‌ର ନୂଆ ପ୍ରଜାତି

"ସୁଦୂର କେର୍ଗୁଲେନ୍‌ ଦ୍ବୀପପୁଞ୍ଜରେ ଜେଣ୍ଟୁ ପେଙ୍ଗୁଇନ୍‌ର ଏକ ନୂଆ ପ୍ରଜାତି ଚିହ୍ନଟ କରାଯାଇଛି।

ଗୁଣସୂତ୍ର ପ୍ରମାଣରୁ ଜଣାପଡ଼ିଛି ଯେ ଏହାକୁ ମିଶାଇ ଜେଣ୍ଟୁ ପେଙ୍ଗୁଇନ୍‌ ପ୍ରଜାତି ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି।

ଗତ ୧୦୦ ବର୍ଷ ଧରି ମନେକରାଯାଉଥିଲା ଯେ ଜେଣ୍ଟୁ ପେଙ୍ଗୁଇନ୍‌ ଗୋଟିଏ ପ୍ରଜାତିର, କିନ୍ତୁ ସେମାନଙ୍କର କେତେକ ଉପ-ପ୍ରଜାତି ଅଛନ୍ତି।

ଚିହ୍ନଟ କରାଯାଇଥିବା ନୂଆ ଜେଣ୍ଟୁ ପେଙ୍ଗୁଇନ୍‌ ବିଷୟରେ "କମ୍ୟୁନିକେସନ୍‌ ବାୟୋଲୋଜି"ରେ ପ୍ରକାଶ ପାଇଛି।Advertisment Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ଅନ୍ୟ ପେଙ୍ଗୁଇନ୍‌ଙ୍କ ଅପେକ୍ଷା ଜେଣ୍ଟୁ ପେଙ୍ଗୁଇନ୍‌ଙ୍କ ଖାଦ୍ୟରୁଚି ଭିନ୍ନ।

ସେମାନେ ମାଛ, ଚିଙ୍ଗୁଡ଼ିଜାତୀୟ ଜୀବ କ୍ରିଲ୍‌, ଅକ୍ଟୋପସ୍‌ଜାତୀୟ ଜୀବ ସ୍କୁଇଡ୍‌ ଏବଂ ଶାମୁକାଜାତୀୟ ଜୀବ କଟଲ୍‌ଫିସ୍‌ ପ୍ରଭୃତି ଶିକାର କରି ଖାଆନ୍ତି।

ଆହାର ଖୋଜିବା ପାଇଁ ଏମାନେ ସାଧାରଣତଃ ବାସସ୍ଥଳୀ ବା ଅଣ୍ଡାଦେବା ସ୍ଥାନ ଛାଡ଼ି ବେଶୀ ବାଟ ଯାଆନ୍ତି ନାହିଁ।

ଜୀବବିଜ୍ଞାନୀ ରୁରି ବୋଇ ଓ ଜୁଲିଆନା ଭିଆନା ପ୍ରାୟ ଏକ ଦଶନ୍ଧି ହେବ ପେଙ୍ଗୁଇନ୍‌ମାନଙ୍କ କ୍ରମବିକାଶ ଉପରେ ଗବେଷଣା କରିଥିଲେ।

ସେମାନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ୨ କୋଟି ୨୦ ଲକ୍ଷ ବ‌ର୍ଷ ତଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ଅଞ୍ଚଳରେ ପେଙ୍ଗୁଇନ୍‌ ସୃଷ୍ଟି ହୋଇଥିଲେ।

ପରେ ଏମ୍ପରର୍‌ ଓ କିଙ୍ଗ୍‌ ପେଙ୍ଗୁଇନ୍‌ ମୂଳ ବଂଶଠାରୁ ଅଲଗା ହୋଇ ଭିନ୍ନ ପ୍ରଜାତି ହୋଇଗଲେ।

ପ୍ରାୟ ୧ କୋଟି ୨୦ ଲକ୍ଷ ବର୍ଷ ତଳେ ମେରୁ ଅଞ୍ଚଳ ସମୁଦ୍ର ସ୍ରୋତ ବଦଳିଯିବାରୁ ପେଙ୍ଗୁଇନ୍‌ମାନେ ଅଲଗା ଅଲଗା ଦଳରେ ଉପ-ଆଣ୍ଟାର୍କଟିକ୍‌ ଅଞ୍ଚଳର ବିଭିନ୍ନ ଜାଗାରେ ବାସ କଲେ।

ସେମାନଙ୍କଠାରେ କ୍ରମବିକାଶ ଘଟିବାରୁ ପେଙ୍ଗୁଇନ୍‌ ପ୍ରଜାତି ବିବର୍ତ୍ତିତ ହେଲେ।

Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।