Pete Hegseth Nose Wipe Video: ଆମେରିକା ମନ୍ତ୍ରୀଙ୍କ ଏ କି କାଣ୍ଡ? ନାକ ପୋଛି ମୁଣ୍ଡରେ ବୋଳିଲେ, ଭାଇରାଲ୍ ହେଉଛି ଭିଡିଓ
ଆମେରିକାର ରକ୍ଷାମନ୍ତ୍ରୀ ପିଟ୍ ହେଗସେଥଙ୍କ ଏକ ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ(Social Media) ଜୋରଦାର ଚର୍ଚ୍ଚା ଚାଲିଛି। ଦକ୍ଷିଣ କ୍ୟାରୋଲିନାର ଜଏଣ୍ଟ ବେସ୍ ଚାର୍ଲ୍ସଟନରେ ସୈନିକମାନଙ୍କୁ ସମ୍ବୋଧିତ କରୁଥିବା ସମୟର ଏହି ଭିଡିଓ ଅନଲାଇନରେ ଦ୍ରୁତଗତିରେ ଭାଇରାଲ୍(Viral Video) ହେଉଛି। ଭିଡିଓରେ ଭାଷଣ ଦେଉଥିବା ବେଳେ ହେଗ୍ସେଥ ନିଜ ନାକ ପୋଛିବା ପରେ ସେହି ହାତକୁ ନିଜ୍ ଚୁଟିରେ ପୋଛୁଥିବା ଦେଖାଯାଉଛି। ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି।
ଭିଡିଓଟି ଭାଇରାଲ୍(Viral News) ହେବା ପରେ ହେଗସେଥଙ୍କ ପୁରୁଣା ଏକ ବିବାଦୀୟ ବୟାନ ମଧ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ୨୦୧୯ ମସିହାରେ ‘ଫକ୍ସ ଆଣ୍ଡ ଫ୍ରେଣ୍ଡସ୍’ କାର୍ଯ୍ୟକ୍ରମରେ ହେଗସେଥ ହାତ ଧୋଇବା ସମ୍ପର୍କରେ ଏକ ଅଜବ ମନ୍ତବ୍ୟ ଦେଇଥିବା କଥା ଆମେରିକୀୟ ମିଡିଆରେ ଚର୍ଚ୍ଚିତ ହୋଇଥିଲା। ସେତେବେଳେ ସେ ଦୀର୍ଘ ଦିନ ଧରି ହାତ ନ ଧୋଇବା ବିଷୟରେ କହିଥିଲେ ଏବଂ ଆଖିରେ ଦେଖାଯାଉ ନଥିବା ଜୀବାଣୁକୁ ନେଇ ମଜାଳିଆ ଟିପ୍ପଣୀ କରିଥିଲେ। ପରେ ଏହାକୁ ସେ ମଜାକଭାବେ କହିଥିବା ସ୍ପଷ୍ଟ କରିଥିଲେ।
ଏବେ ନୂଆ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ସେହି ପୁରୁଣା ବୟାନକୁ ମନେପକାଇ ହେଗସେଥଙ୍କୁ ଟ୍ରୋଲ୍ କରୁଛନ୍ତି। ବିଶେଷକରି ହାତ ଥୋଇବା ଓ ଜୀବାଣୁ ସମ୍ପର୍କିତ ତାଙ୍କ ପୁରୁଣା ମନ୍ତବ୍ୟ ସହ ନୂଆ ଭିଡିଓକୁ ଯୋଡ଼ି ଅନେକ ୟୁଜର୍ସ ମିମ୍ ଓ ବ୍ୟଙ୍ଗାତ୍ମକ ପୋଷ୍ଟ କରୁଛନ୍ତି।
Pete Hegseth wipes his nose, then runs his hand through his hair pic.twitter.com/CXml9BpeER
— Aaron Rupar (@atrupar) August 10, 2026
ଗରମକୁ ନେଇ୍ ବି ଚର୍ଚ୍ଚାରେ:
ଏହି ଘଟଣା ମଧ୍ୟରେ ଭାଷଣ ସମୟରେ ହେଗସେଥ ଦକ୍ଷିଣ କ୍ୟାରୋଲିନାର ଗରମ ପାଗକୁ ନେଇ ମଧ୍ୟ ମଜା କରିଥିଲେ। ସେ କହିଥିଲେ ଯେ ସେ ମିନେସୋଟାରୁ ଆସିଛନ୍ତି ଏବଂ ତାଙ୍କର ନରୱେଜିଆନ୍ ରକ୍ତ ଏତେ ଅଧିକ ଗରମରେ ଅଭ୍ୟସ୍ତ ନୁହେଁ। ତାଙ୍କର ଏହି ଟିପ୍ପଣୀକୁ ମଧ୍ୟ ସୋସିଆଲ ମିଡିଆରେ ନେଇ ଲୋକେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।
କେହି କେହି ମଜା କରି ଲେଖୁଛନ୍ତି, ଆମେରିକାର ଦକ୍ଷିଣ ରାଜ୍ୟର ଗରମ ଆଗରେ ‘ଭାଇକିଙ୍ଗ୍ ଡିଏନ୍ଏ’ ମଧ୍ୟ ହାର ମାନିଗଲା। ଅନ୍ୟପଟେ, କିଛି ୟୁଜର୍ସ ହେଗସେଥଙ୍କ ହାତ ଓ କେଶ ସମ୍ପର୍କିତ ଭିଡିଓକୁ ନେଇ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି।
🔥 LMAO! SecWar Pete Hegseth drops this hilarious line: "By the way, I'm a Norwegian from Minnesota, so I sweat like a son of a b*tch!"
— Eric Daugherty (@EricLDaugh) August 10, 2026
"This is South Carolina in August!" 🤣
We LOVE our Secretary of WAR 🇺🇸 pic.twitter.com/vtNfqLUnf6
ତେବେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ଚାଲିଛି, ତାହା ମୁଖ୍ୟତଃ ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଓ ହେଗସେଥଙ୍କ ପୁରୁଣା ବୟାନକୁ ନେଇ ହେଉଛି। ଭିଡିଓର କିଛି ସେକେଣ୍ଡର ଦୃଶ୍ୟକୁ ନେଇ ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।