Philippines School Shooting: ଫିଲିପାଇନ୍ସ ସ୍କୁଲରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

Sep 18, 2026 - 17:55
Philippines School Shooting: ଫିଲିପାଇନ୍ସ ସ୍କୁଲରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

"ମାନିଲା: ଦକ୍ଷିଣ ଫିଲିପାଇନ୍ସର ବାଙ୍ଗା ଟାଉନରେ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ତିନି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି।

ବାଙ୍ଗାର ମେୟର ଆଲବର୍ଟ ପାଲେନସିଆ କହିଛନ୍ତି, ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟ ସନ୍ଦିଗ୍ଧ ବନ୍ଧୁକଧାରୀ ଅଛନ୍ତି।

ତେବେ ସନ୍ଦିଗ୍ଧ ବନ୍ଧୁକଧାରୀର କେମିତି ମୃତ୍ୟୁ ହେଲା ସେ ବିଷୟରେ ଅଧିକ ତଥ୍ୟ ଦେଇନାହାନ୍ତି।

୮ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ମେୟର କହିଛନ୍ତି।

ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ବୟସ ୧୪ରୁ ୧୭ ମଧ୍ୟରେ ହେବ।

ତେବେ ଗୁଳିକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ିନାହିଁ।

ଆକ୍ରମଣ କେଉଁ କାରଣରୁ ଜାଣିବା ପାଇଁ ସୁରକ୍ଷାକର୍ମୀ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି।Advertisment ଜଣାପଡ଼ିନାହିଁ ଗୁଳିକାଣ୍ଡର ଉଦ୍ଦେଶ୍ୟ ପାଲେନସିଆ କହିଛନ୍ତି, ମଧ୍ୟାହ୍ନ ଭୋଜନ ପୂର୍ବରୁ ସନ୍ଦିଗ୍ଧ ଛାତ୍ର ଜଣକ ବନ୍ଧୁମାନଙ୍କୁ ଘରକୁ ଚାଲି ଯିବାକୁ କହିଥିଲା।

କାରଣ ମଧ୍ୟାହ୍ନ ଭୋଜନ ପରେ ସେ ନିଜ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ସେମାନଙ୍କୁ କହିଥିଲା।

ତେବେ ମଜା କରିବା ତା"ର ଅଭ୍ୟାସ ଥିବାରୁ ସାଙ୍ଗମାନେ ତା"ର କଥାରେ ହସି ଥିଲେ।

କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ସନ୍ଦିଗ୍ଧ ବନ୍ଧୁକଧାରୀ ଛାତ୍ର ଜଣକ ଅନ୍ୟ ଛାତ୍ରମାନଙ୍କ ଉପରେ ଗୁଳିଚାଳନା କରିଥିଲା।

ନିଜକୁ ମାରିବା ପୂର୍ବରୁ ସେ ୧୦ ଜଣ ଛାତ୍ରଙ୍କୁ ଗୁଳି କରିଥିଲା।

ଫିଲିପାଇନ୍ସରେ ବନ୍ଧୁକ ଆଇନକୁ ନେଇ କଡ଼ା ନିୟମ ଥିଲେ ମଧ୍ୟ ନିକଟରେ କେତେକ ଗୁଳିକାଣ୍ଡ ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତ ମାସରେ ଜାମ୍ବୋଆଙ୍ଗାରେ ଜଣେ ଛାତ୍ର ନିଜର ଜୀବନ ନେବା ପୂର୍ବରୁ ଏକ ଶ୍ରେଣୀଗୃହ ଭିତରେ ଅନ୍ୟ ଜଣେ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଥିଲା।

ଜୁନ୍ ମାସରେ ଦୁଇ ଜଣ ସହପାଠୀ ଟାକ୍ଲୋବାନର ଏକ ସରକାରୀ ହାଇସ୍କୁଲରେ ଗୁଳି ଚଳାଇ ତିନି ଜଣ ଛାତ୍ରଙ୍କୁ ହତ୍ୟା କରିଥିଲେ ଓ ପାଖାପାଖି ୨୦ ଜଣ ଆହତ ହୋଇଥିଲେ।

Pakistan: ପାକିସ୍ତାନ: ନମାଜ ପାଠବେଳେ ମସଜିଦ୍‌କୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି; ୧୬ ମୃତ, ୫୦ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।