PIB, Doordarshan Officials Killed: ମର୍ମନ୍ତୁଦ ଦୁର୍ଘଟଣା, ୩ ଗଣମାଧ୍ୟମ ଅଧିକାରୀଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି
ମିଜୋରାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣ କେନ୍ଦ୍ରୀୟ ସରକାରୀ ଗଣମାଧ୍ୟମ ଅଧିକାରୀଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁବାର ଦିନ ମିଜୋରାମର ସାତୀକ ନିକଟରେ, ସିଆଲସୁକ୍ ରୁ ଆଇଜଲ ଫେରୁଥିବା ସମୟରେ ସେମାନଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ଖାଲକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।
ମୃତ ଅଧିକମାରୀମାନେ ହେଲେ ଇମ୍ଫାଲ ସ୍ଥିତ ପିଆଇବି ଏବଂ ସିବିସି ଆଞ୍ଚଳିକ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଡ. ଏଙ୍ଗାମ ପାମେ, ଦୂରଦର୍ଶନ କେନ୍ଦ୍ର ଆଇଜଲର ନିର୍ଦ୍ଦେଶକ ନାମପିବୁ ମାରିନମାଇ ଏବଂ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ କମ୍ୟୁନିକେସନର ଆଇଜଲ କାର୍ଯ୍ୟାଳୟର ଜଣେ କର୍ମଚାରୀ ଏଚ୍ ଲିଆନଭେଲା।
ଡା. ଏଙ୍ଗାମ ପାମେ ଇଣ୍ଟର ମିଡିଆ ପବ୍ଲିସିଟି କୋଅର୍ଡିନେସନ କମିଟି (IMPCC) ସମ୍ବନ୍ଧୀୟ ବୈଠକ ଏବଂ କିଛି କାମରେ ମିଜୋରାମ ଯାଇଥିଲେ। ଗୁରୁବାର ସେ ତାଙ୍କ ସହକର୍ମୀମାନଙ୍କ ସହ ସିଆଲସୁକ୍ ଯାଇଥିଲେ। ସେଠାରୁ ଆଇଜଲ ଫେରୁଥିବା ସମୟରେ ସାତିକ୍ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଦୁର୍ଘଟଣାସ୍ଥଳ ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଦୁର୍ଘଟଣା ପରେ
ସ୍ଥାନୀୟ ଅଞ୍ଚଳର ଦୁର୍ଗମ ଏବଂ ପାହାଡ଼ିଆ ଭୂଗୋଳ କାର୍ଯ୍ୟାଳୟର ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ସିଆଲସୁକ୍ ପୋଲିସ ଏବଂ 'ୟଙ୍ଗ ମିଜୋ ଆସୋସିଏସନ୍' ର ସଦସ୍ୟମାନେ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ। ଗାଡ଼ିର ଡ୍ରାଇଭର ଏବଂ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ମିଜୋରାମ ରାଜ୍ୟପାଳ ଭି.କେ. ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।