Pickup Van Rams Into Moving Truck: ବଲାଙ୍ଗୀର-ସମ୍ବଲପୁର ଏନଏଚ୍‌ରେ ଭୟଙ୍କର ଦୁର୍ଘଟଣା, ଦୁଇ ଜଣଙ୍କ ମୃତ୍ୟୁ

Oct 06, 2026 - 11:44
Pickup Van Rams Into Moving Truck: ବଲାଙ୍ଗୀର-ସମ୍ବଲପୁର ଏନଏଚ୍‌ରେ ଭୟଙ୍କର ଦୁର୍ଘଟଣା, ଦୁଇ ଜଣଙ୍କ ମୃତ୍ୟୁ

ବଲାଙ୍ଗୀର-ସମ୍ବଲପୁର ଏନଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ଆଜି ସକାଳୁ ଘଟିଛି ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ ପଛପଟୁ ପିକଅପ୍‌ ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ପିକଅପ୍‌ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଟ୍ରକ୍‌ଟି ରାସ୍ତାରେ ଯାଉଥିବା ସମୟରେ ପଛପଟୁ ଆସି ପିକଅପ୍‌ ଗାଡ଼ି ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଘଟଣାକୁ ନେଇ ପୁଇଁତଲା ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବ। 

ବଲାଙ୍ଗୀର NH-୨୬ ଛୁଇଁବନ୍ଧ ନିକଟରେ ଭୟଙ୍କର ଦୁର୍ଘଟଣା
ଟ୍ରକକୁ ପଛରୁ ଧକ୍କା ଦେଲା ପିକ୍ ଅପ୍  ଭ୍ୟାନ୍
ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ
ପୁଇଁତଲା ପୋଲିସର ତଦନ୍ତ
ଟ୍ରକ୍ ଡ୍ରାଇଭର୍ ଥାନାରେ ଅଟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।