Pilot Suspended: ଜୁରିଚ୍‌ରୁ ଦିଲ୍ଲୀ ବିମାନ ଯାତ୍ରା ପୂର୍ବରୁ ଏୟାର ଇଣ୍ଡିଆର ପାଇଲଟ୍ ମଦ୍ୟପାନ ପରୀକ୍ଷାରେ ବିଫଳ

Sep 25, 2026 - 14:59
Pilot Suspended: ଜୁରିଚ୍‌ରୁ ଦିଲ୍ଲୀ ବିମାନ ଯାତ୍ରା ପୂର୍ବରୁ ଏୟାର ଇଣ୍ଡିଆର ପାଇଲଟ୍ ମଦ୍ୟପାନ ପରୀକ୍ଷାରେ ବିଫଳ

"ନୂଆଦିଲ୍ଲୀ: ସେପ୍ଟେମ୍ବର ୬ ରେ ଜୁରିଚ୍-ଦିଲ୍ଲୀ ବିମାନ ଯାତ୍ରା ପୂର୍ବରୁ ଜଣେ ଏୟାର ଇଣ୍ଡିଆ ପାଇଲଟ ମଦ୍ୟପାନ ପରୀକ୍ଷାରେ ବିଫଳ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।

ଫୁକେଟ୍-ଦିଲ୍ଲୀ ବିମାନ ଯାତ୍ରା ପରେ ଏୟାରଲାଇନ୍ସର ଆଉ ଜଣେ ପାଇଲଟ ମାରିଜୁଆନା ପରୀକ୍ଷାରେ ପଜିଟିଭ୍ ହୋଇଥିଲେ।Advertisment ବିମାନରୁ ବାହାର କରିଦିଆଯାଇଥିଲା ଜୁରିଚ୍ ବିମାନବନ୍ଦରରେ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପାଇଲଟ ମଦ୍ୟପାନ କରିଥିବା ଜଣାପଡ଼ିବା ପରେ ତାଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା।

ଘଟଣାଟି ସେପ୍ଟେମ୍ବର ୬ ତାରିଖରେ ଘଟିଥିଲା ​​ଓ ପରେ ପାଇଲଟଙ୍କୁ ଜଣେ ଯାତ୍ରୀ ଭାବରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା।

ଶେଷ ଡାକ୍ତରୀ ପରୀକ୍ଷା ରିପୋର୍ଟ ଓ ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ ପାଇଲଟଙ୍କୁ ନିଲମ୍ବନ କରାଯାଇଛି।

ସୁରକ୍ଷା, ନିୟାମକ କିମ୍ବା କମ୍ପାନୀ ପ୍ରୋଟୋକଲର ଯେକୌଣସି ଉଲ୍ଲଂଘନ ପ୍ରତି ଏୟାର ଇଣ୍ଡିଆ ଶୂନ୍ୟ-ସହନଶୀଳତା ନୀତି ବଜାୟ ରଖେ ବୋଲି ଏୟାରଲାଇନ୍ସ ଏକ ବିବୃତିରେ କହିଛି।

Akasa Air: ଆକାଶ ଏୟାର ୨୦୦ ବିମାନ କିଣିବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।