Pitbull Attacks Couple: ଗେଟ୍ ଖୋଲିବା ମାତ୍ରେ ଝାମ୍ପିଲା ପିଟବୁଲ୍, ଦମ୍ପତି ଗୁରୁତର ଆହତ
ଘର ଭଡ଼ା ବୁଝିବାକୁ ଯାଇ କୁକୁର ଆକ୍ରମଣର ଶିକାର ହେଲେ ଦମ୍ପତି । ଦମ୍ପତିଙ୍କୁ କାମୁଡିଲା ବିଦେଶୀ ପ୍ରଜାତିର ପିଟବୁଲ୍ କୁକୁର। ପଞ୍ଜାବ ପଟିଆଲାରୁ ଆସିଛି ଏ ଅଭାବନୀୟ ଖବର। ପଟିଆଲା ଘୁମନ ନଗରରେ ଦମ୍ପତିଙ୍କ ଉପରେ ପିଟବୁଲ୍ କୁକୁରର ଭୟଙ୍କର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।
ଅଙ୍କିତ ସବରଓ୍ୱାଲ ଓ ତାଙ୍କ ପତ୍ନୀ ଶେଫାଳି ଜଣେ ଘର ମାଲିକଙ୍କ ଘରକୁ ଘର ଭଡ଼ା ବୁଝିବାକୁ ଯାଇଥିଲେ। ଘରର ଗେଟ୍ ଖୋଲିବା ମାତ୍ରେ ଏକ ପିଟବୁଲ୍ କୁକୁର ବାହାରକୁ ଦୌଡ଼ି ଆସି ପତ୍ନୀ ଶେଫାଳିଙ୍କୁ ଆକ୍ରମଣ କରିଥିଲା। କୁକୁରଟି ତାଙ୍କ ହାତ ସମେତ ଶରୀରର ବିଭିନ୍ନ ସ୍ଥାନକୁ କାମୁଡ଼ି ଗଭୀର ଆଘାତ କରିଥିଲା। ଆହତ ଶେଫାଳିଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ଅଙ୍କିତ ମଧ୍ୟ କୁକୁର ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଗୋଡ଼ ଓ ପିଠିରେ ଗଭୀର କ୍ଷତ ଚିହ୍ନ ରହିଛି।
ଘଟଣାର ପୂରା ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଥିବା ବେଳେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କୁକୁର କାମୁଡା ଦେଖି ଆଖପାଖର କିଛି ଲୋକ ଠେଙ୍ଗା ଧରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଶେଷରେ କିଛି ଲୋକ କୁକୁରଟିକୁ ହଟାଇ ଆହତ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ଦିଆଯାଇଛି।
କୁକୁରଙ୍କୁ ଖୋଲା ଛଡ଼ା ଯାଇଥିବାରୁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦମ୍ପତି । ଏହି ଘଟଣା ପରେ ଆକ୍ରମଣାତ୍ମକ ପ୍ରଜାତିର କୁକୁର ପାଳନକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସହରରେ ହିଂସ୍ର ପ୍ରଜାତିର କୁକୁର ପାଳନ ଉପରେ ନିଷେଧାଦେଶ ଲଗାଇବାକୁ ପ୍ରସ୍ତାବ ଆଣିବାକୁ ଦାବି କରାଯାଇଛି ।...
ଘର ଭଡ଼ା ବୁଝିବାକୁ ଯାଇ ପିଟବୁଲ୍ ଆକ୍ରମଣର ଶିକାର
ପଟିଆଲାରେ ପିଟବୁଲ୍ ଆକ୍ରମଣ, ଦମ୍ପତି ଗୁରୁତର ଆହତ
ଘରର ଗେଟ୍ ଖୋଲୁ ଖୋଲୁ ଆକ୍ରମଣ କରିଥିଲା
ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ କୁକୁର କାମୁଡ଼ାର ଶିକାର ସ୍ୱାମୀ
CCTVରେ କଏଦ ହେଲା ଆକ୍ରମଣର ଦୃଶ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।