Pitru Paksha: ଗୟାରେ ପିତୃପକ୍ଷ ମେଳାରେ ୧୦୦୦ କୋଟିରୁ ଅଧିକ କାରବାର, ୧୬ ଦିନରେ ପହଞ୍ଚିଲେ ୫୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ
"ଗୟା: ବିହାରର ଗୟାଜୀରେ ଆୟୋଜିତ ପିତୃପକ୍ଷ ମେଳା-୨୦୨୬ ଧାର୍ମିକ ଆସ୍ଥା ସହ ଅର୍ଥନୈତିକ କାରବାର କ୍ଷେତ୍ରରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି।
୧୬ ଦିନ ଧରି ଚାଲିଥିବା ଏହି ମେଳାରେ ଦେଶ-ବିଦେଶରୁ ୫୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଥିଲେ।
ପିଣ୍ଡଦାନ, ତର୍ପଣ ଓ ପୂଜାର୍ଚ୍ଚନା ପାଇଁ ଆସିଥିବା ଲୋକଙ୍କ ଯୋଗୁଁ ଅଞ୍ଚଳରେ ୧୦୦୦ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ଆକଳନ କରାଯାଇଛି।Advertisment ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମେଳାରେ ମୋଟ ୫୧ ଲକ୍ଷ ୩୦ ହଜାର ୧୧୦ ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ଏଥିରେ ବିଦେଶରୁ ଆସିଥିବା ୫୦ ଜଣ ପିଣ୍ଡଦାନକାରୀ ମଧ୍ୟ ସାମିଲ ଥିଲେ।
ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ହୋଟେଲ, ଗେଷ୍ଟ ହାଉସ୍, ଯାତାୟତ, ଖାଦ୍ୟପେୟ ଓ ପୂଜା ସାମଗ୍ରୀ ବ୍ୟବସାୟରେ ବୃଦ୍ଧି ଘଟିଥିଲା।
ବ୍ୟବସାୟରେ ବୃଦ୍ଧି ମେଳା ସମୟରେ ପୂଜା ସାମଗ୍ରୀ କିଣାକିଣିରେ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ ରହିଛି।
ପିଣ୍ଡଦାନ ଓ ଧାର୍ମିକ ଅନୁଷ୍ଠାନ ସମ୍ପନ୍ନ କରିବା ପାଇଁ ଆସିଥିବା ପରିବାରଗୁଡ଼ିକ ପୂଜା ସାମଗ୍ରୀ ସହ ବିଭିନ୍ନ ସେବାରେ ଅର୍ଥ ବ୍ୟୟ କରିଥିଲେ।
ଏହାଦ୍ୱାରା ସ୍ଥାନୀୟ ଦୋକାନୀ ଓ ପୂଜା ସାମଗ୍ରୀ ବିକ୍ରେତାମାନେ ଭଲ ରୋଜଗାର କରିଥିଲେ।
ଶ୍ରଦ୍ଧାଳୁଙ୍କ ରହଣି ବାବଦରେ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି।
ମେଳାକୁ ଆସିଥିବା ଲୋକଙ୍କ ପାଇଁ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ନିମନ୍ତେ ମାଗଣା ବ୍ୟବସ୍ଥା ରହିଥିଲା।
ଅନ୍ୟପକ୍ଷରେ, ପ୍ରତିଦିନ ଏକ ଲକ୍ଷରୁ ଅଧିକ ଲୋକ ହୋଟେଲ, ଗେଷ୍ଟ ହାଉସ୍ ଓ ପଣ୍ଡାଙ୍କ ଘରେ ଟଙ୍କା ଦେଇ ରହୁଥିଲେ।
ଫଳରେ ଆବାସ ଓ ରହଣି ବାବଦରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଇଛି।
୨୦୦ କୋଟି ଟଙ୍କା ଖର୍ଚ୍ଚ ପିଣ୍ଡଦାନ ଓ ପୂଜାପାଠ ସମୟରେ ପଣ୍ଡିତ ଏବଂ ପଣ୍ଡାମାନଙ୍କୁ ମିଳିଥିବା ଦାନ-ଦକ୍ଷିଣା ମଧ୍ୟ ଏହି କାରବାରର ଏକ ବଡ଼ ଅଂଶ।
ଏହି ବାବଦରେ ୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିଥିବା ଆକଳନ କରାଯାଇଛି।
ଏହା ସହ ଖାଦ୍ୟପେୟ, ସ୍ଥାନୀୟ ପରିବହନ ଓ ଅନ୍ୟାନ୍ୟ ସେବାରେ ଶ୍ରଦ୍ଧାଳୁଙ୍କ ଖର୍ଚ୍ଚ ସ୍ଥାନୀୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିଛି।
ଶ୍ରୀ ବିଷ୍ଣୁପଦ ପ୍ରବନ୍ଧକାରିଣୀ ସମିତିର ଅଧ୍ୟକ୍ଷ ଶମ୍ଭୁଲାଲ ବିଠ୍ଠଲ ଚଳିତ ବର୍ଷର ମେଳାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।
ତାଙ୍କ ମତରେ, ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥର ମେଳା ଅଧିକ ସଫଳ ହୋଇଛି।
ଶ୍ରଦ୍ଧାଳୁଙ୍କ ବିପୁଳ ଆଗମନ ଗୟାଜୀର ଧାର୍ମିକ ପର୍ଯ୍ୟଟନକୁ ନୂଆ ପରିଚୟ ଦେବା ସହ ସ୍ଥାନୀୟ ବ୍ୟବସାୟୀ, ହୋଟେଲ ମାଲିକ ଓ ଧାର୍ମିକ ସେବା ସହ ଜଡ଼ିତ ଲୋକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି।
ମାରି ପାରିଲାନି ଘାତକ ଇଞ୍ଜେକ୍ସନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।