Piyush Tripathy: ପ୍ରେମ କରନାହିଁ..ଶାସ୍ତି ବାପା ମାଆଙ୍କୁ ଦିଅନ୍ତୁ ନାହିଁ, ଯୁବପିଢିଙ୍କୁ ଏମିତି ଅନୁରୋଧ କଲେ ପିୟୁଷ
ଭୁବନେଶ୍ୱର: ପ୍ରେମ କରନାହିଁ, ଯଦି କରୁଛ ଆଉ ପ୍ରେମରେ ବିଫଳତା ଘଟୁଛି ତାହାଲେ ଆପଣଙ୍କ ଦୋଷ ତାହାର ଶାସ୍ତି ବାପା ମାଆଙ୍କୁ ଦିଅନ୍ତୁ ନାହିଁ | କାରଣ ବାପା ମାଆଙ୍କର ଆଉ ସମୟ ନାହିଁ କି ବୟସ ନାହିଁ | ଯୁବପିଢିଙ୍କୁ କିଛି ଏଭଳି ଅନୁରୋଧ କରିଛନ୍ତି ଯାତ୍ରା ଅଭିନେତା ତଥା ୟୁଥ ସେନ୍ସେସନ ପିୟୁଷ ତ୍ରିପାଠୀ | ଗତକାଲି ତାଙ୍କ ଯାତ୍ରା ପାର୍ଟି 'ସିଂହବାହିନୀ'ର ଜଣେ କଳାକାରଙ୍କ ଆତ୍ମହତ୍ୟାକୁ ନେଇ ପିୟୁଷ ଭାଙ୍ଗିପଡିଥିବାବେଳେ ପ୍ରେମରୁ କିଭଳି ତିକ୍ତତା ଜନ୍ମ ହୁଏ, ଏହି ତିକ୍ତତା ମନକୁ ଭାଙ୍ଗିଦିଏ, ତାହାର କଥା କହିଛନ୍ତି ପିୟୁଷ |
ଆହୁରି ପଢନ୍ତୁ: Rescue Operations: ଗଞ୍ଜାମରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ଵିତ ପଦକ୍ଷେପ
ଉଲ୍ଲେଖ ଥାଉ କି. ପ୍ରେମିକାଙ୍କ ସହ ଝଗଡ଼ାକୁ କେନ୍ଦ୍ର କରି ଯାତ୍ରାପାର୍ଟିର ଜଣେ ନୃତ୍ୟ କଳାକାର ଯାତ୍ରା ଶେଷ ମଧ୍ୟରେ ଆତ୍ମହତ୍ୟା କରିଥିଲେ | ମୃତକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ବରେନ୍ଦ୍ର ମାଝୀଙ୍କ ପୁଅ ପ୍ରଶାନ୍ତ (୨୮). ‘ସିଂହବାହିନୀ’ ଯାତ୍ରାପାର୍ଟିରେ ନୃତ୍ୟ କଳାକାର ଭାବେ କାର୍ଯ୍ୟ କରୁଥିଲେ ପ୍ରଶାନ୍ତ | ପାର୍ଟି ଏବେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ାରେ ଲକ୍ଷ୍ମୀପୂଜା ଉପଲକ୍ଷେ ଯାତ୍ରା ପରିବେଷଣ କରୁଛି | ଦୁଇଦିନ ତଳେ ସେଠାରେ ଯାତ୍ରା ପେଣ୍ଡାଲରେ ନୃତ୍ୟ ପରିବେଷଣ କରିଥିଲେ ପ୍ରଶାନ୍ତ | ଏହାପରେ କୌଣସି କଥାକୁ ନେଇ ସାଥୀ କଳାକାର ତଥା ନିଜ ପ୍ରେମିକାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା | ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ପ୍ରେମିକାଙ୍କୁ ତାଙ୍କ ଘରେ ଛାଡ଼ିବା ପାଇଁ ଯାଉଛି କହି ଯାତ୍ରା କ୍ୟାମ୍ପରୁ ଚାଲି ଆସିଥିଲେ ପ୍ରଶାନ୍ତ | ଅପରାହ୍ନ ୪ଟାରେ କ୍ୟାମ୍ପକୁ ଫେରିବା ପରେ ଫୋନରେ ପୁଣି ଥରେ ପ୍ରେମିକାଙ୍କ ସହ ଝଗଡ଼ା ହୋଇଥିବା ସାଥୀ କଳାକାର ଦେଖିଥିଲେ | ଏହାର କିଛି ସମୟ ପରେ ଯାତ୍ରା ଟେଣ୍ଟର ଗୋଟିଏ କୋଣରେ ଫାସୀ ଲଗାଇ ଝୁଲି ପଡ଼ିଥିଲେ ପ୍ରଶାନ୍ତ | ସାଥୀ କଳାକାରମାନେ ତାଙ୍କୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |
ଏହାକୁ ନେଇ ପିୟୁଷ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, 'ଯାତ୍ରା ସିଂହାବାହିନୀର ନୃତ୍ୟ ପରିଚାଳକ ପ୍ରଶାନ୍ତ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ଏକ ପ୍ରଶ୍ନର ଉତ୍ତର ଏବେ ଯାଏଁ ମୁଁ ପାଉନାହିଁ କି ଏଥିରେ ବାପା ଆଉ ମାଆ, ତାଙ୍କର ଭୁଲ କେଉଁଠାରେ ରହିଲା | ନଅ ମାସ ଗର୍ଭରେ ଧରି ଥିବା ମାଆ ଆଉ ଲାଳନପାଳନ କରି ୨୩ ବର୍ଷ କାଳ ବଡ କରିଥିବା ବାପାର କଣ ଭୁଲ ଥିଲା | ତାଙ୍କର ବାପା ଆଉ ମାଆଙ୍କ ଭଲ ପାଇଵା ଆଗରେ କଣ ସତରେ କିଛି ଦିନର ଗୋଟେ ଝିଅର ଭଲ ପାଇଵା ଆଗରେ ଏତେ ଶସ୍ତା ହେଇଗଲା | ମୋର ଯୁବପିଢ଼ିଙ୍କୁ ଏତିକି ଅନୁରୋଧ ପ୍ରେମ କରନ୍ତୁନି,
ଯଦି କରୁଛନ୍ତି ଆଉ ପ୍ରେମରେ ବିଫଳତା ଘଟୁଛି ତାହାଲେ ଆପଣଙ୍କ ଦୋଷ ତାହାର ଶାସ୍ତି ବାପା ମାଆଙ୍କୁ ଦିଅନ୍ତୁ ନାହିଁ |କାରଣ ବାପା ମାଆଙ୍କର ଆଉ ସମୟ ନାହିଁ କି ବୟସ ନାହିଁ' |
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।