Piyush Tripathy: ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ
ସୋର: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ନାମରେ ଏକ ସଙ୍ଗିନ ଅଭିଯୋଗ ଆସିଛି।
ଶବ ବ୍ୟବଛେଦକୁ ନେଇ ଡ଼ାକ୍ତରଖାନା ପରିସରରେ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।
Advertisment କଳାକାର ପ୍ରଶାନ୍ତ ମାଝୀ ଆତ୍ମହତ୍ୟା କରିଥିଲେ ସୂଚନା ଅନୁସାରେ ଗତକାଲି ରାତିରେ ଯାତ୍ରା ସିଂହବାହିନୀର ନୃତ୍ୟ କଳାକାର ପ୍ରଶାନ୍ତ ମାଝୀ ଆତ୍ମହତ୍ୟା କରିଥିଲେ।
ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ସିମୁଳିଆରୁ ସୋର ଡାକ୍ତରଖାନାକୁ ଆସିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଥିବା କର୍ମଚାରୀଙ୍କ ସହ କଥା କଟାକଟି ହୋଇଥିଲା।
ଏହି ସମୟରେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ସମେତ ଅନ୍ୟମାନେ କର୍ମଚାରୀଙ୍କୁ ଘେରିଯାଇ ମାଡ଼ ମାରିଥିଲେ।
ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।
IPS: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଯୌନ ନିର୍ଯାତନା ଅଭିଯୋଗ ପରେ ବଦଳିଲେ ଜେଲ ଡିଜି ସୁଶାନ୍ତ ନାଥ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।