Playground: ପରିଷ୍କାର ରଖନ୍ତୁ ଖେଳପଡ଼ିଆ
ଖେଳପଡ଼ିଆ କେବଳ ଖେଳକୁଦ ଓ ମନୋରଞ୍ଜନର ସ୍ଥାନ ନୁହେଁ, ଏହା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସାମାଜିକ ଏକତାର ଏକ ସୁନ୍ଦର ସ୍ଥାନ।
ଏକ ପରିଷ୍କାର, ସବୁଜ ଓ ପ୍ରଦୂଷଣମୁକ୍ତ ଖେଳପଡ଼ିଆ ଖେଳାଳି ମାନଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ସୃଷ୍ଟି କରେ।
କିନ୍ତୁ ଆଜିର ଦିନରେ ଅସଚେତନତା, ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଅପରିଷ୍କାର ପରିବେଶ ଆମ ଖେଳପଡ଼ିଆର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି।
ତେଣୁ ଖେଳପଡ଼ିଆର ସବୁଜିମା, ସ୍ୱଚ୍ଛତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।
ଖେଳପଡ଼ିଆକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ଦଶଟି ପଦେକ୍ଷପ।
Advertisment Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ 'ଏ' ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ ଖେଳପଡ଼ିଆ ଚାରିପାଖରେ ବିଭିନ୍ନ ପ୍ରକାରର ଗଛ ଲଗାଇବା ଉଚିତ।
ଏହା ଆମକୁ ଶୁଦ୍ଧ ବାୟୁ, ଛାଇ ଓ ଥଣ୍ଡା ପରିବେଶ ପ୍ରଦାନ କରେ।
ଏଠାରେ କାଗଜ, ଖାଦ୍ୟ ପ୍ୟାକେଟ୍ ଓ ଅନ୍ୟାନ୍ୟ ଆବର୍ଜନା ଏଣେତେଣେ ପକାଇବା ଉଚିତ ନୁହେଁ।
ସମସ୍ତ ଅଳିଆକୁ ଡଷ୍ଟବିନ୍ରେ ପକାଇ ପଡ଼ିଆକୁ ସ୍ୱଚ୍ଛ ରଖିବା ଉଚିତ।
ଖାଲି ସ୍ଥାନରେ ବିଭିନ୍ନ ରଙ୍ଗର ଫୁଲ ଗଛ ଲଗାଇବା ଉଚିତ।
ଏହା ପରିବେଶକୁ ସୁନ୍ଦର କରିବା ସହିତ ପ୍ରଜାପତି ଓ ମହୁମାଛିଙ୍କୁ ଆକର୍ଷିତ କରେ।
ଖେଳପଡ଼ିଆରେ ଗଛଗୁଡ଼ିକୁ ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ।
ପାଣି ନଷ୍ଟ ନକରି ବର୍ଷା ଜଳ ସଂଗ୍ରହ କରି ଗଛରେ ବ୍ୟବହାର କରିବା ଉଚିତ।
ଗଛରେ ପକ୍ଷୀମାନଙ୍କ ପାଇଁ ପାଣି ପାତ୍ର ଓ ଦାନା ରଖିବା ଉଚିତ।
ଏହା ଦ୍ୱାରା ପକ୍ଷୀମାନେ ଉପକୃତ ହେବା ସହିତ ପ୍ରାକୃତିକ ପରିବେଶର ସନ୍ତୁଳନ ରହିଥାଏ।
ଏହି ସ୍ଥାନକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ମୁକ୍ତ ରଖିବା ଉଚିତ।
ପ୍ଲାଷ୍ଟିକ୍ ବଦଳରେ କପଡ଼ା ବ୍ୟାଗ୍ ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବା ଉଚିତ।
ଖେଳପଡ଼ିଆରେ ଥିବା ଘାସ ଓ ଛୋଟ ଗଛଗୁଡ଼ିକୁ ଅଯଥା ନଷ୍ଟ କରିବା ଉଚିତ ନୁହେଁ।
ନିୟମିତ ଘାସ କାଟିବା, ପାଣି ଦେବା ଓ ଗଛର ଯତ୍ନ ନେବା ଦ୍ୱାରା ପଡ଼ିଆ ସବୁଜ ଓ ସୁନ୍ଦର ରହିଥାଏ।
FRRO offices: ୫ ସହରରେ ନୂଆ ଏଫ୍ଆର୍ଆର୍ଓ କାର୍ଯ୍ୟାଳୟ ପ୍ରତିଷ୍ଠା, ଭୁବନେଶ୍ୱର ସମେତ ଆଉ ୩ ସ୍ଥାନରେ ଘୋଷଣା ଶୁଖିଲା ଓ ଓଦା ଅଳିଆକୁ ଅଲଗା ଡଷ୍ଟବିନ୍ରେ ପକାଇବା ଉଚିତ।
ଶୁଖିଲା ଅଳିଆକୁ ପୁନଃଚକ୍ରଣ କରାଯାଇପାରିବ ଏବଂ ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତ କରାଯାଇପାରିବ।
ଖେଳପଡ଼ିଆରେ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ।
ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଖେଳାଳି ମାନଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ବଢ଼ିଥାଏ।
ସପ୍ତାହରେ ଗୋଟେଦିନ ମିଳିମିଶି ଖେଳପଡ଼ିଆ ସଫା କରିବା ଉଚିତ।
ଏହାଦ୍ୱାରା ପଡ଼ିଆ ପରିଷ୍କାର ରହିବା ସହିତ ଏକତା ମନୋଭାବ ସୃଷ୍ଟି ହୁଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।