PM-Kisan 24th Instalment Released: ୯.୩୪ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି, ଆପଣଙ୍କୁ ମିଳିଲା କି ୨୦୦୦? ଏମିତି ଚେକ୍ କରନ୍ତୁ

Oct 30, 2026 - 14:59
PM-Kisan 24th Instalment Released: ୯.୩୪ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି, ଆପଣଙ୍କୁ ମିଳିଲା କି ୨୦୦୦? ଏମିତି ଚେକ୍ କରନ୍ତୁ

ଦେଶର ଚାଷୀମାନଙ୍କ ପାଇଁ ପୁଣି ଥରେ ବଡ଼ ରିଲିଫ୍।

ଗୁଜରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା PM-Kisanର ୨୪ତମ କିସ୍ତି ଜାରି କରିଛନ୍ତି।

ଏହା ଅଧୀନରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ₹୨,୦୦୦ କରି ଆର୍ଥିକ ସହାୟତା ସିଧାସଳଖ ପଠାଯାଇଛି।

Advertisment ୯.୩୪ କୋଟି ଚାଷୀଙ୍କୁ ମିଳିଲା ଲାଭ ଏଥର PM-Kisanର ୨୪ତମ କିସ୍ତି ମାଧ୍ୟମରେ ଦେଶର ୯.୩୪ କୋଟିରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ଲାଭ ମିଳିଛି।

ସରକାର ପ୍ରାୟ ₹୧୯,୦୦୦ କୋଟି ଟଙ୍କା Direct Benefit Transfer ବା DBT ମାଧ୍ୟମରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି।

PM-Kisan ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ବର୍ଷକୁ ମୋଟ ₹୬,୦୦୦ ଆର୍ଥିକ ସହାୟତା ମିଳିଥାଏ।

ଏହି ରାଶିକୁ ତିନୋଟି ସମାନ କିସ୍ତିରେ ଦିଆଯାଏ।

ପ୍ରତ୍ୟେକ ୪ ମାସର ବ୍ୟବଧାନରେ ₹୨,୦୦୦ କରି ଚାଷୀଙ୍କ ଖାତାକୁ ଟଙ୍କା ଆସିଥାଏ।

Advertisment ଖାତାକୁ ₹୨୦୦୦ ଆସିଛି କି ନାହିଁ କେମିତି ଜାଣିବେ?

ଆପଣ PM-Kisan ଯୋଜନାର ଲାଭାର୍ଥୀ ହୋଇଥିଲେ ଘରେ ବସି ନିଜର ୨୪ତମ କିସ୍ତି ଷ୍ଟାଟସ୍ ଚେକ୍ କରିପାରିବେ।

ଏଥିପାଇଁ ପ୍ରଥମେ PM-Kisanର ଅଫିସିଆଲ୍ ୱେବସାଇଟ୍ pmkisan.gov.inକୁ ଯିବାକୁ ପଡ଼ିବ।

ହୋମପେଜ୍‌ରେ 'Farmers Corner' ସେକ୍ସନକୁ ଯାଇ 'Beneficiary Status' ଅପ୍ସନରେ କ୍ଲିକ୍ କରନ୍ତୁ।

ଏହାପରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର କିମ୍ବା ଆଧାର ନମ୍ବର ଦିଅନ୍ତୁ।

ସ୍କ୍ରିନରେ ଦେଖାଯାଉଥିବା କ୍ୟାପଚା କୋଡ୍ ପୂରଣ କରି 'Get Data' ଉପରେ କ୍ଲିକ୍ କଲେ ପେମେଣ୍ଟ ଷ୍ଟାଟସ୍ ଦେଖିପାରିବେ।

ଟଙ୍କା ନ ଆସିଥିଲେ କ'ଣ କରିବେ?

ଅନେକ କ୍ଷେତ୍ରରେ e-KYC ସମ୍ପୂର୍ଣ୍ଣ ନ ହୋଇଥିବା, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ନଥିବା କିମ୍ବା ବ୍ୟାଙ୍କ ତଥ୍ୟରେ ତ୍ରୁଟି ଥିବାରୁ କିସ୍ତି ଟଙ୍କା ଅଟକିପାରେ।

ଏମିତି ସ୍ଥିତିରେ ଚାଷୀମାନେ ନିକଟସ୍ଥ Common Service Centre ବା CSC କିମ୍ବା ବ୍ୟାଙ୍କ ଶାଖାକୁ ଯାଇ e-KYC ଓ ଆଧାର-ବ୍ୟାଙ୍କ ଲିଙ୍କିଂ ଯାଞ୍ଚ କରିପାରିବେ।

ଆବଶ୍ୟକ ସୁଧାର ତୁରନ୍ତ କରାଇଲେ ପରବର୍ତ୍ତୀ କିସ୍ତି ମିଳିବାରେ ବାଧା ଆସିବ ନାହିଁ।

PM-Kisan ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ଛୋଟ ଛୋଟ ଖର୍ଚ୍ଚ ପୂରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି।

ତେଣୁ ଯେଉଁ ଚାଷୀଙ୍କ ଖାତାକୁ ଏପର୍ଯ୍ୟନ୍ତ ₹୨,୦୦୦ ଆସିନାହିଁ, ସେମାନେ ନିଜର Beneficiary Status ଏବଂ e-KYC ଅବସ୍ଥା ନିଶ୍ଚିତ ଯାଞ୍ଚ କରିବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।