PM Modi : ଡିସେମ୍ବର ୧୧-୧୨ରେ ପ୍ରଧାନମନ୍ତ୍ରୀଙ୍କ କାନାଡା ଗସ୍ତ

Oct 16, 2026 - 17:33
PM Modi : ଡିସେମ୍ବର ୧୧-୧୨ରେ ପ୍ରଧାନମନ୍ତ୍ରୀଙ୍କ କାନାଡା ଗସ୍ତ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖରେ କାନାଡା ଗସ୍ତ କରିବେ ବୋଲି ତାଙ୍କ କାନାଡା ପ୍ରତିପକ୍ଷ ମାର୍କ କାର୍ନି ଓ ଓଟାୱାରେ ଥିବା ଭାରତୀୟ ହାଇ କମିସନ ଶୁକ୍ରବାର ସୂଚନା ଦେଇଛନ୍ତି।

ମଙ୍ଗଳବାର ମୋଦୀ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଟେଲିଫୋନ ମାଧ୍ୟମରେ ଆଲୋଚନା ହୋଇଥିଲା।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ ବୃଦ୍ଧି କରିବାକୁ ରାଜି ହେବା ପରେ ଏହି ଘୋଷଣା କରାଯାଇଛି।Advertisment କାର୍ନି କହିଛନ୍ତି ଯେ, ମୋଦୀଙ୍କ ଯାତ୍ରା ପୂର୍ବରୁ ଦୁଇ ଦେଶ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାକୁ ତ୍ୱରାନ୍ୱିତ କରୁଥିବାରୁ ଏହି ଗସ୍ତରେ ଓଟାୱା ଓ ଟରଣ୍ଟୋ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଅଛି।

ଆମେ ଏହାକୁ ଅଧିକ ବ୍ୟାପକ କରିପାରିବା କି ନାହିଁ ଦେଖିବୁ ବୋଲି ଗୁରୁବାର କାଲଗାରିରେ ଏକ ସମାବେଶରେ କାର୍ନି ଇଣ୍ଡୋ-କାନାଡିଆନ୍ ସମ୍ପ୍ରଦାୟର ସଦସ୍ୟମାନଙ୍କୁ କହିଥିଲେ।

ସେ ମଙ୍ଗଳବାର ମୋଦୀଙ୍କ ସହିତ ତାଙ୍କର ଟେଲିଫୋନ୍ ଆଲୋଚନାକୁ ମଧ୍ୟ ଉଲ୍ଲେଖ କରିଥିଲେ।କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଓଟାୱାରେ କାର୍ନିଙ୍କୁ ଭେଟିବେ, କାନାଡିଆନ ବ୍ୟବସାୟୀଙ୍କ ସହିତ ଭାବ ବିନିମୟ କରିବେ ଓ ଟରଣ୍ଟୋରେ ଭାରତୀୟ ପ୍ରବାସୀମାନଙ୍କ ସହିତ ଏକ ସମାବେଶରେ ଯୋଗଦେବେ।

ପରେ ସେ ଜି୨୦ ନେତାମାନଙ୍କ ସମ୍ମିଳନୀ ପାଇଁ ଆମେରିକାର ମିଆମି ଯାତ୍ରା କରିବାର ଆଶା କରାଯାଉଛି।

ଭାରତୀୟ ହାଇ କମିସନ ମଧ୍ୟରେ ଏକ୍ସରେ ‌ପୋଷ୍ଟ କରି ମୋଦୀଙ୍କ ଗସ୍ତ ସମ୍ପର୍କରେ ସୂଚନା ପ୍ରକାଶ କରିଛି।

ଚାଷଜମି ଚାହୁଁଛି ଜଳ; ପୁଣି ନିରାଶ କଲା ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।