17 OCTOBER 2026

Welcome!

Unlock your personalized experience.
Sign Up

PM Modi: ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Oct 17, 2026 - 10:10
PM Modi: ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ । ଏନେଇ ସୂଚନା ମିଳିଛି। ତେବେ ତାଙ୍କ ଗସ୍ତର ସଂପୂର୍ଣ୍ଣ ସୂଚୀ ଆସିନାହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ  ଆଜି ଏକ ବଡ଼ ବୈଠକ ବସିବ।

ଏଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ୨୮ ଓ ୨୯ରେ ରାଇରଙ୍ଗପୁର ଗସ୍ତ କରିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ ସଚିବଙ୍କ ଚିଠି ଜାରି ହୋଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ଡିଜିପି, ମୟୂରଭଞ୍ଜ ଜିଲ୍ଲାପାଳ,ଏସପି ଓ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ, ଏସପିଙ୍କୁ ଚିଠି ଯାଇଛି।

ଚିଠିରେ ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ରାସ୍ତାର ୧୨ଟି ରୁଟ୍‌ର ସ୍ଥଳ ଦୂରତା, ସମୟ ଓ ରାସ୍ତା ଅବସ୍ଥା ନିଶ୍ଚିତ କରି ରିପୋର୍ଟ ଦେବାକୁ କୁହାଯାଇଛି। ସେଗୁଡିକ ହେଲା- ଦାଣ୍ଡବୋଷ ବିମାନଘାଟିରୁ ବହଳଦା ମା’ କିଚକେଶ୍ୱରୀ ମନ୍ଦିର, ସେଠାରୁ ମହୁଲଡିହା ଲକ୍ଷ୍ମୀ ମଣ୍ଡପ, ରାଇରଙ୍ଗପୁର ବାସଭବନ, ଉପଖଣ୍ଡ ଡାକ୍ତରଖାନା, କଚେରୀ ପଡ଼ିଆ, ହଲିଡେ ହୋମ୍, ସ୍ପୋର୍ଟସ କମ୍ପ୍ଲେକ୍ସ, ବିକାଶ ନଗର, ଗୋରୁମହିଷାଣୀ ଆଇରନ କଲେଜର ମଲ୍ଟି ସ୍କିଲ୍ ସେଣ୍ଟର, ଟାଉନ ହଲ୍ କାର୍ଯ୍ୟକ୍ରମ ପରେ ପୁଣି ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ ଯାଇ ଫେରିଯିବେ। 

ଗସ୍ତର ସମୟ ସାରଣୀ
ସୂଚନା ଅନୁଯାୟୀ ଅକ୍ଟୋବର ୨୮ ସକାଳ ୮ଟାରେ ରାଷ୍ଟ୍ରପତି ଭବନରୁ ବାହାରି ୮.୧୫ରେ ପାଲମ୍ ବିମାନଘାଟି, ୮.୨୫ରେ IAF BBJ ରେ କଲାଇକୁଣ୍ଡା ଅଭିମୁଖେ (୮୫୦ କିମି, ୧ ଘଣ୍ଟା ୪୦ ମିନିଟ୍)। ୧୦.୦୫ରେ କଲାଇକୁଣ୍ଡାରେ ପହଞ୍ଚି ୧୦.୧୫ରେ Mi-17 ହେଲିକପ୍ଟରରେ ଦାଣ୍ଡବୋଷ (୧୦୦ କିମି, ୩୦ ମିନିଟ୍)। ୧୦.୪୫ରେ ଦାଣ୍ଡବୋଷ, ୧୦.୫୫ରେ ସଡ଼କ ପଥରେ ବହଳଦା (୧୫ କିମି)। ୧୧.୧୫ରେ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜା କରିବା ସହିତ  କିଚକେଶ୍ୱରୀ ମନ୍ଦିର ପ୍ରସାଦ ଯୋଜନାରେ ସାମିଲ ହେବ, ୧୨.୧୫ରେ ମାହୁଲଡିହା ଲକ୍ଷ୍ମୀ ମଣ୍ଡପରେ ପୂଜା, ୧୨.୫୦ରେ ରାଇରଙ୍ଗପୁରସ୍ଥ ବାସଭବନରେ ମଧ୍ୟାହ୍ନ ଭୋଜନ। ପୁଣି ଅପରାହ୍ନ ୨.୨୫ରେ ଉପଖଣ୍ଡ ଡାକ୍ତରଖାନାରେ ୨୪-୨୮ ଅକ୍ଟୋବର ପ୍ରତିରକ୍ଷା ମେଗା ସ୍ୱାସ୍ଥ୍ୟ ଶିବିରର ହିତାଧିକାରୀଙ୍କୁ ଭେଟ, ୩.୨୦ରେ କଚେରୀ ପଡ଼ିଆ। ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ସାର୍ବଜନୀନ କାର୍ଯ୍ୟକ୍ରମ - IIFM କ୍ୟାମ୍ପସ, ପ୍ରସାଦ ଯୋଜନାରେ କିଚକେଶ୍ୱରୀ ମନ୍ଦିର, ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ଷ୍ଟେସନ ଉଦଘାଟନ, ସ୍ପୋର୍ଟସ କମ୍ପ୍ଲେକ୍ସ ହଷ୍ଟେଲ, ଗୋଶାଳା ଓ ଅସେକା ଭବନର ଶିଳାନ୍ୟାସ/ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ହଲିଡେ ହୋମ୍ ରେ କିଛି ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ୍ ପର ରାଇରଙ୍ଗପୁର ମହୁଲଡିହାସ୍ଥ ବାସଭବନରେ ରାତ୍ରୀ ଯାପନ କରିବେ।

President: ୩ ୟୁରୋପୀୟ ଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦ୍ବିତୀୟ ଦିନର କାର୍ଯ୍ୟକ୍ରମ

ତାପର ଦିନ ୨୯ ଅକ୍ଟୋବର ସକାଳ ୯.୦୫ରେ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ, ୯.୫୦ରେ ବିକାଶ ନଗର ପୂର୍ବତନ ସୈନିକ ସିଏସଡି କ୍ୟାଣ୍ଟିନ୍, ୧୦.୪୦ରେ ଗୋରୁମହିଷାଣୀସ୍ଥ ମଲ୍ଟି ସ୍କିଲ୍ ସେଣ୍ଟର ଓ ଆଇରନ କଲେଜ ପରିଦର୍ଶନ, ୧୧.୪୦ରେ ଟାଉନ ହଲ (ମହତାବ ଭବନ) ଠାରେ ସିକେଲ ସେଲ୍ ରୋଗୀଙ୍କ ସହ ଆଲୋଚନା ଓ ହିନ୍ଦୁଜା ହସ୍ପିଟାଲ ନେଫ୍ରୋଲୋଜି ଅଭିଯାନ ଶୁଭାରମ୍ଭ। ଅପରାହ୍ନ ୧୨.୫୦ରେ ଦାଣ୍ଡବୋଷ ଓ ୧ଟାରେ Mi-17 ରେ କଲାଇକୁଣ୍ଡା, ସେଠାରୁ ୧.୪୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା, ୩.୨୦ରେ ପାଲମ୍ ଓ ୩.୪୫ରେ ରାଷ୍ଟ୍ରପତି ଭବନକୁ ପହଞ୍ଚିବେ ବୋଲି ସୂଚନା ମିଳିଛି। ତେବେ ଏନେଇ ରାଇରଙ୍ଗପୁର ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।

Governor: ଆଜି ଆସୁଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ: ୧୮ରେ ଶପଥ ଗ୍ରହଣ, ନେବେ ମହାପ୍ରଭୁଙ୍କ ଆଶୀର୍ବାଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।