PM SVANidhi: ୟୁପିଆଇ ସହ ଯୋଡ଼ିହେବ ପିଏମ୍ ସ୍ୱନିଧି କ୍ରେଡିଟ୍ କାର୍ଡ: ମିଳିବ ୩୦ ହଜାର ଟଙ୍କାର ସୁବିଧା
ନୂଆଦିଲ୍ଲୀ: ରାସ୍ତାକଡ଼ରେ ଦୋକାନ କରି ଜୀବିକା ନିର୍ବାହ କରୁଥିବା ଛୋଟ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପିଏମ୍ ସ୍ୱନିଧି ଯୋଜନା ଜାରି ରଖିଛନ୍ତି।
ଏହି ଯୋଜନା ଅଧୀନରେ ଯୋଗ୍ୟ ଖୁଚୁରା ବ୍ୟବସାୟୀଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସୀମା ଥିବା ରୁପେ କ୍ରେଡିଟ୍ କାର୍ଡ ଯୋଗାଇ ଦିଆଯାଉଛି।
ଏହାକୁ ୟୁପିଆଇ ସହ ସଂଯୁକ୍ତ କରି ଡିଜିଟାଲ୍ ପେମେଣ୍ଟ ମଧ୍ୟ କରିହେବ।
ଫଳରେ ଛୋଟ ବ୍ୟବସାୟୀମାନେ ନଗଦ ଟଙ୍କା ନଥିଲେ ମଧ୍ୟ ନିଜର କ୍ରେଡିଟ୍ ସୀମା ବ୍ୟବହାର କରି ଆବଶ୍ୟକ ପେମେଣ୍ଟ କରିପାରିବେ।
Advertisment କୋଭିଡ-୧୯ ମହାମାରୀ ସମୟରେ ରାସ୍ତାକଡ଼ ବ୍ୟବସାୟୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବିନା ଗ୍ୟାରେଣ୍ଟିରେ ତିନୋଟି ପର୍ଯ୍ୟାୟରେ ଋଣ ମିଳିଥାଏ।
ପ୍ରଥମ ପର୍ଯ୍ୟାୟରେ ୧୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୨୫ ହଜାର ଏବଂ ତୃତୀୟ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେବାର ସୁବିଧା ରହିଛି।
ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି(PM SVANidhi) ରୁପେ କ୍ରେଡିଟ୍ କାର୍ଡ ମଧ୍ୟ ମିଳୁଛି।
ଏହାର ସର୍ବାଧିକ ଋଣ ସୀମା ୩୦ ହଜାର ଟଙ୍କା।
ପ୍ରାରମ୍ଭରେ ୧୦ ହଜାର ଟଙ୍କାର କ୍ରେଡିଟ୍ ସୀମା ମିଳୁଥିବାବେଳେ ଠିକ୍ ସମୟରେ ଋଣ ପରିଶୋଧ ଓ କାର୍ଡର ଉପଯୁକ୍ତ ବ୍ୟବହାର ଦ୍ୱାରା ଏହାକୁ ବୃଦ୍ଧି କରାଯାଇପାରିବ।
୫ ବର୍ଷର ବୈଧତା ଏହି କାର୍ଡକୁ ୟୁପିଆଇ ଆଇଡି ସହ ସଂଯୁକ୍ତ କରି ପେମେଣ୍ଟ କରିହେବ।
ବ୍ୟାଙ୍କର ନିୟମ ଅନୁଯାୟୀ, ୨୦ରୁ ୫୦ ଦିନ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସୁବିଧା ମିଳିପାରେ।
କାର୍ଡରେ ଯୋଗଦାନ, ପଞ୍ଜୀକରଣ, ସକ୍ରିୟକରଣ ଓ ବାର୍ଷିକ ନବୀକରଣ ଶୁଳ୍କ ନାହିଁ।
ଏହାର ବୈଧତା ପାଞ୍ଚ ବର୍ଷ ରହିବ।
ତେବେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ବ୍ୟାଙ୍କ ନିୟମ ଅନୁଯାୟୀ ସୁଧ ଓ ଅନ୍ୟାନ୍ୟ ଶୁଳ୍କ ଲାଗୁ ହୋଇପାରେ।
କେଉଁମାନେ କରିପାରିବେ ଆବେଦନ?
ଏହି କାର୍ଡ ପାଇଁ ଆବେଦନକାରୀ ଙ୍କ ବୟସ ୨୧ରୁ ୬୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
ତାଙ୍କର କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାର ଖାତା ଏନ୍ପିଏ କିମ୍ବା ରାଇଟ୍-ଅଫ୍ ହୋଇନଥିବା ଦରକାର।
ଏଥିପାଇଁ ସର୍ବନିମ୍ନ କ୍ରେଡିଟ୍ ସ୍କୋରର ବାଧ୍ୟତାମୂଳକ ସର୍ତ୍ତ ନାହିଁ।
ତେବେ ଆବେଦନ ଓ କାର୍ଡ ପ୍ରଦାନ ସମ୍ପର୍କିତ ଚୂଡ଼ାନ୍ତ ନିୟମ ଜାରିକାରୀ ବ୍ୟାଙ୍କ ଅନୁଯାୟୀ ନିର୍ଦ୍ଧାରିତ ହେବ।
National Waterway-5 Project ୫୮୮ କିମି ଜାତୀୟ ଜଳପଥ-୫ ପ୍ରକଳ୍ପ, ୧୨ବର୍ଷ ଧରି ଚାଲିଛି ସମୀକ୍ଷା ପରେ ସମୀକ୍ଷା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।