PMAY- Urban BANDHU ଘାଟିକିଆ ଓ ଗାଡ଼କଣରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପିତ, ଉପକୃତ ହେବେ ୧,୬୦୮ ପରିବାର

Oct 13, 2026 - 17:18
PMAY- Urban BANDHU ଘାଟିକିଆ ଓ ଗାଡ଼କଣରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପିତ, ଉପକୃତ ହେବେ ୧,୬୦୮ ପରିବାର

"କ୍ରୀଡ଼ା ଓ ସୁସ୍ଥତା ପାଇଁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୧୨ଟି  ଅତ୍ୟାଧୁନିକ ଖେଳପଡ଼ିଆ ଉତ୍ସର୍ଗୀକୃତAdvertisment ଭୁବନେଶ୍ୱର: "ପିଏମ୍‌ଏୱାଇ-ଅର୍ବାନ୍‌ ବନ୍ଧୁ" ଯୋଜନାରେ ବହୁ ପ୍ରତୀକ୍ଷିତ ଘାଟିକିଆଠାରେ  'ନୀଳକଣ୍ଠେଶ୍ୱର ନିବାସ' ଏବଂ ଗାଡ଼କଣଠାରେ  'ମୁକ୍ତେଶ୍ୱର ରେସିଡେନ୍ସି' ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ ଆଜି (‌ମଙ୍ଗଳବାର) ଲୋକାର୍ପିତ ହୋଇଛି।

ଏହାସହ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୧୨ଟି  ଅତ୍ୟାଧୁନିକ ଖେଳପଡ଼ିଆର ମଧ୍ୟ ଉଦ୍‌ଘାଟନ ହୋଇଛି।

ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝି ଯୋଗ ଦେଇ କହିଛନ୍ତି, ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ  ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ।

PMAY-BANDHU: ପିଏମ୍ଏଓ୍ୱାଇ-ବନ୍ଧୁ ଯୋଜନାରେ ପୂରଣ ହେଲା ରୁନୁ ପ୍ରଧାନଙ୍କ ନିଜସ୍ୱ ପକ୍କାଘରର ସ୍ୱପ୍ନ ଗାଡ଼କଣ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମାଝି କହିଛନ୍ତି, ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି "ମୁଣ୍ଡ ଉପରେ ଛାତ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି।

ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ  ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।

ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି।

ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ  ଉତ୍ସର୍ଗ କରିଛନ୍ତି।

ଏହି ଖେଳପଡ଼ିଆଗୁଡ଼ିକ ମଧ୍ୟରେ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲ ଖେଳପଡ଼ିଆ ଅନ୍ତର୍ଭୁକ୍ତ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ମଞ୍ଚରେ ଉପସ୍ଥିତ ରହି ଘାଟିକିଆସ୍ଥିତ 'ନୀଳକଣ୍ଠେଶ୍ୱର ରେସିଡେନ୍ସି'ର ହିତାଧିକାରୀ ଲକ୍ଷ୍ମୀଧର ସେଠୀ, ନଇମୁଦ୍ଦିନ ଖାନ୍, ରାମଚନ୍ଦ୍ର ସେଠୀ ଓ ରସିକ ଖଣ୍ଡାୟତରାୟ ଏବଂ ଗାଡ଼କଣାସ୍ଥିତ 'ମୁକ୍ତେଶ୍ୱର ରେସିଡେନ୍ସି'ର ନିର୍ମଳା ବାରିକ, ଶଶ୍ମିତା ପାତ୍ର, ରୂପା ସାହୁ ଓ ଦ୍ରୌପଦୀ ଦେବୀଙ୍କୁ ସିଧା ସଳଖ ଭାବେ  ବାସଗୃହ ଆବଣ୍ଟନ କରିଛନ୍ତି।

ଏହାସହିତ ମୁଖ୍ୟମନ୍ତ୍ରୀ  ବୁଦ୍ଧବିହାର ବାସିନ୍ଦା ତୁଳସୀ ତିରିଆଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ଦୁର୍ଗା ଚରଣ ସିଂହଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ରଶ୍ମିକା ନାଏକଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା, ସର୍ବେଶ୍ୱର ଗୟାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଏବଂ ପ୍ରଫୁଲ୍ଲ ମହାରଣାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଋଣ ସହାୟତା ରାଶି ମଧ୍ୟ ନିଜ ହସ୍ତରେ ବିତରଣ କରିଛନ୍ତି ।

ସୁଲଭ ଗୃହ ନିର୍ମାଣ ଲାଗି ରିହାତି ଦରରେ ଋଣ ପ୍ରଦାନ କରାଯିବ : ସୀତାରମଣ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଞ୍ଚାସୀନ ଥିଲେ।

ବିଡିଏର ଉପାଧ୍ୟକ୍ଷ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର୍ ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ ଓ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।