Police Act Swiftly: ଭିଡିଓ କରି ଜୀବନ ହାରିବାକୁ ଉଦ୍ୟମ, ମୋବାଇଲ୍ ଟ୍ରାକ କରି ଉଦ୍ଧାର କଲା ପୋଲିସ
ଭିଡିଓ କରି ଜୀବନ ହାରିବାକୁ ଉଦ୍ୟମ। ୬ ଘଣ୍ଟା ପରେ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଧଉଳି ଥାନା ଅଧୀନରେ। ତେବେ ଗତକାଲି ଯୁବକ ଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଫୋନ ସୁଇଚ ଅଫ କରିଦେଇଥିଲେ। ଘର ଲୋକ ଏ ନେଇ ପୋଲିସକୁ ଜଣାଇବା ପରେ ସଙ୍ଗେ ସଙ୍ଗେ ପୋଲିସ ଆକ୍ସନ ନେଇଥିଲା।
ହ୍ୟୁମାନ ଇଣ୍ଟେଲିଜେନ୍ସ ଓ ସିସିଟିଭି ଜରିଆରେ ଛାନଭିନ ଚଳାଇଥିଲା ପୋଲିସ । ମୋବାଇଲର ଶେଷ ଲୋକେସନ ମୁତାବକ ପୋଲିସ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବକ ଜଣଙ୍କ ନିଜ ହାତ କାଟିଦେଇଥିବା ଜଣାପଡିଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ହାତ କାଟି ଜୀବନ ହାରିବାକୁ ଉଦ୍ୟମ
୬ ଘଣ୍ଟା ପରେ ଉଦ୍ଧାର କଲା ପୋଲିସ
ଏକ ହୋଟେଲରୁ ଅଚେତ ଅବସ୍ଥାରେ ଯୁବକ ଉଦ୍ଧାର
ଧଉଳି ଥାନା ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ହୋଟେଲରେ ରହିଥିଲେ
ଲୋକେସନ ଟ୍ରାକ୍ କରି ୬ ଘଣ୍ଟା ପରେ ଉଦ୍ଧାର କଲା ପୋଲିସ
ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।