Police Break Open Plaster, Recover Woman’s Body from Puri House
#ପ୍ଲାଷ୍ଟର_ତାଡ଼ିଲା_ପୋଲିସ #ବାହାରିଲା_ମାଆର_ମୃତଦେହ
ପୁରୀ କୁମ୍ଭାରପଡ଼ାରେ ପୁଅର ବୀଭତ୍ସ କାଣ୍ଡକୁ ନେଇ ଚାଞ୍ଚଲ୍ୟ। ପ୍ଲାଷ୍ଟର ତାଡ଼ି ମାଆର ମୃତଦେହ ଉଦ୍ଧାର କଲା ପୋଲିସ । ଭଡ଼ାଘରେ ମାଆକୁ ମାରି ପୁଅ ପ୍ଲାଷ୍ଟର୍ କରିଦେଇଥିବା ସନ୍ଦେହ କରାଯାଉଛି । ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ଘର ମାଲିକ। ଗତ ୨୧ ତାରିଖରୁ ପୁଅର ଆଉ କୌଣସି ଖୋଜଖବର ମିଳିନଥିଲା। ରୋଷେଇ ଘରେ ସ୍ଲାବ୍ ତଳେ ମୃତଦେହକୁ କଭର୍ କରି ସିମେଣ୍ଟରେ ପ୍ଲାଷ୍ଟର୍ କରି ପୁଅ ଫେରାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି । ପ୍ରକୃତରେ ମହିଳାଙ୍କର ମୃତ୍ୟୁ କେମିତି ହେଲା ଏବଂ ପୁଅ ଏବେ କେଉଁଠି ସେନେଇ ଛାନଭିନ ଆରମ୍ଭ ହୋଇଛି। ଫେରାର ଯୁବକଙ୍କ ନାଁ ମଦନ ଦଳେଇ ବୋଲି ସୂଚନା ମିଳିଛି । ମୃତ୍ୟୁର କାରଣ କ’ଣ, ମୃତଦେହକୁ କିଏ ଓ କାହିଁକି ସ୍ଲାବ ତଳେ ଲୁଚାଇଥିଲା ଏବଂ ଘଟଣାରେ ଫେରାର ଥିବା ପୁଅର ସମ୍ପୃକ୍ତି ଅଛି କି ନାହିଁ ସବୁ ଦିଗରୁ ତଦନ୍ତ ଚାଲିଛି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ଉପରୁ ପରଦା ହଟିବ।
#PuriNews#OdishaCrime#Kumbharpada#CrimeNews#PoliceInvestigation#MadanDalei#OdishaNews#BreakingNews#OdishaTV#OTV
A shocking incident has come to light in Kumbharpada, Puri, where police recovered a woman’s body after breaking open a cement plaster beneath a kitchen slab of a rented house. The woman is suspected to have been killed and the body concealed there. The landlord alerted police after noticing a foul smell from the house. The woman’s son, identified as Madan Dalei, has reportedly been missing since August 21. With the help of a scientific team, police recovered the body and launched an investigation. Police are probing the cause of death, the circumstances in which the body was concealed, and the suspected involvement of the woman’s absconding son. The exact details are expected to emerge after the investigation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।