Police Commemoration Day ରାଇରଙ୍ଗପୁରରେ ପ୍ରଥମ ଥର ପାଳିତ ହେଲା ପୁଲିସ ଜିଲ୍ଲାସ୍ତରୀୟ ପୁଲିସ ସହିଦ ଦିବସ

Oct 21, 2026 - 20:02
Police Commemoration Day ରାଇରଙ୍ଗପୁରରେ ପ୍ରଥମ ଥର ପାଳିତ ହେଲା ପୁଲିସ ଜିଲ୍ଲାସ୍ତରୀୟ ପୁଲିସ ସହିଦ ଦିବସ

"ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ):  ଆଜି (ବୁଧବାର) ୬୭ତମ ପୁଲିସ ସହିଦ ଦିବସ ପାଳନ ଅବସରରେ କର୍ତ୍ତବ୍ଯ ସମୟରେ ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜୀବନ ବଳି ଦେଇଥିବା ବୀର ପୁଲିସ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞା‌ପନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Advertisment ୬୪ତମ ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ: ଚଳିତ ବର୍ଷ ୧୮୮ ଯବାନ ଦେଇଛନ୍ତି ପ୍ରାଣବଳିସ୍ଥାନୀୟ କଚେରୀ ଷ୍ଟାଡିୟମ ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ।

ନିଜ ବକ୍ତବ୍ୟରେ, ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କ ସ୍ମୃତିଚାରଣ କରିଥିଲେ।

ପୁଲିସ କର୍ମଚାରୀମାନଙ୍କୁ ଦାୟିତ୍ବ, କର୍ତ୍ତବ୍ଯ ଓ ସମୟାନୁବର୍ତ୍ତିତା ପାଳନ କରିବାକୁ ପରାମର୍ଶ ଦେବା ସହ  ଆଇନଶୃଙ୍ଖଳା ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରେ ୬୧ତମ ପୁଲିସ ସହିଦ ଦିବସ ପାଳିତ; ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣରିଜର୍ଭ ଇନିସପେକ୍ଟରଙ୍କ ପରିଚାଳନାରେ ପୁଲିସ କର୍ମଚାରୀମାନଙ୍କ ଦ୍ବାରା ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯାଇଥିଲା ।

ଏଥିରେ ବାମନଘାଟୀ ଉପଖଣ୍ଡ ଥାନାଧିକାରୀ ବୀରେନ୍ଦ୍ର ସେନାପତି, ଅତିରିକ୍ତ ପୁଲିସ ଅଧୀକ୍ଷକ ଯଦୁନାଥ ଜେନା, ରାଇରଙ୍ଗପୁର ଟାଉନ ପୁଲିସ ଅଧିକାରୀ ରଞ୍ଜନ କୁମାର ସେଠୀ, ଉପଖଣ୍ଡର ସମସ୍ତ ଥାନା ଗୁଡିକରେ ଥିବା ଆଇଆଇସି ଓ ରାଇରଙ୍ଗପୁର ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।