Police enter Chaudhary Jail: ଚୌଦ୍ବାର ଜେଲ୍‌ରେ ପଶିଲା ପୁଲିସ: ଜେଲ୍ ଅଧୀକ୍ଷକଙ୍କୁ ଜେରା, ମିନିଟ୍ ବୁକ୍ ଗାଏବ

Jun 30, 2026 - 06:49
Police enter Chaudhary Jail: ଚୌଦ୍ବାର ଜେଲ୍‌ରେ ପଶିଲା ପୁଲିସ: ଜେଲ୍ ଅଧୀକ୍ଷକଙ୍କୁ ଜେରା, ମିନିଟ୍ ବୁକ୍ ଗାଏବ

"କଟକ: ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ ବିହାରୀ ଅପରାଧୀଙ୍କୁ ଫେରାର କରାଇବା ଘଟଣାର ତଦନ୍ତ ପାଇଁ ଚୌଦ୍ବାର ଥାନା ପୁଲିସ ଆଜି ଜେଲ୍‌ ଭିତରେ ପଶିଛି।

ଜେଲ୍‌ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜେଲ୍‌ର ମିନିଟ୍ ବୁକ୍‌କୁ ପୁଲିସକୁ ନ ଦେବାରୁ ପୁଲିସ ଜେଲ୍‌ ଭିତରେ ଚଢ଼ଉ କରିଛି।

ଚୌଦ୍ବାର ଥାନା ଆଇଆଇସି ରଜନୀକାନ୍ତ ଦାସଙ୍କ ନେତୃତ୍ବରେ ପୁଲିସ ଟିମ୍ ଶ୍ରୀ ରାଉଳଙ୍କୁ ଜେରା କରିବା ସହିତ ମିନିଟ୍ ବୁକ୍ ମାଗିଥିଲେ ବି ଶ୍ରୀ ରାଉଳ ତାହା ଦେଇନଥିଲେ।

ଏହି ମିନିଟ୍ ବୁକ୍‌ରେ ଶ୍ରୀ ରାଉଳ ଦସ୍ତଖତ ଜାଲିଆତି କରି ତତ୍କାଳୀନ ଜେଲର୍‌ ସନ୍ତୋଷିନୀ ଦାଶଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିବା ଦର୍ଶାଇଥିଲେ।

ଏହି ଦସ୍ତାବିଜ ପୁଲିସ ଜବତ ପରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଇ ବଡ଼ ପ୍ରମାଣ ସ୍ବରୂପ ଶ୍ରୀ ରାଉଳଙ୍କ ବିରୋଧରେ କୋର୍ଟରେ ଦାଖଲ କରିବାକୁ ଯୋଜନା କରିଥିଲା।

ଜେଲ୍‌ରୁ ମିନିଟ୍ ବୁକ୍‌ ଗାଏବ ହୋଇଯିବା ଏବଂ ପୁଲିସ ତାହା ପାଇ ନ ଥିବାରୁ ଏ ସଂକ୍ରାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି।

ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ବାର ସର୍କଲ ଜେଲ୍‌ରୁ ଫେରାର ଘଟଣାକୁ ନେଇ ଜେଲ୍‌ ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି ନେଇ ତତ୍କାଳୀନ ଜେଲର୍‌ ସନ୍ତୋଷିନୀ ଦାଶ ଚୌଦ୍ବାର ଥାନାରେ ଜାନୁଆରି ୧୭ ତାରିଖରେ ଅଭିଯୋଗ କରିଥିଲେ।

Advertisment Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ ହାଇକୋର୍ଟରେ ଶୁଣାଣି ଜୁଲାଇ ୧୩ରେଗିରଫଦାରୀରୁ ବର୍ତ୍ତିବାକୁ ବଡ଼ ଷଡ଼୍‌ଯନ୍ତ୍ର!

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଏହି ମାମଲାରେ ଆବଶ୍ୟକ ଦସ୍ତାବିଜ ପାଇଁ ବାରମ୍ବାର ଅଧୀକ୍ଷକ ଶ୍ରୀ ରାଉଳଙ୍କୁ ପୁଲିସ ରିକ୍ୟୁଜିସନ୍ ଦେଇଛି।

୨୦୨୫ ଅକ୍ଟୋବର ୧, ୨ ଓ ଅକ୍ଟୋବର ୩ ତାରିଖର ଜେଲ୍‌ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଜାଲିଆତି ଅଭିଯୋଗ ହୋଇଥିଲା।

ଶ୍ରୀ ରାଉଳ ସେହି ତିନଦିନ ଜେଲ୍‌ରେ ଲଗାତାର ଡ୍ୟୁଟି କରିଥିଲେ ବୋଲି ଦର୍ଶାଇଥିଲେ ବି ପ୍ରକୃତରେ ସେ ଅନୁପସ୍ଥିତ ଥିଲେ ଏବଂ ୧ ତାରିଖ ସନ୍ଧ୍ୟାରେ ଓ ୨ ତାରିଖ ସକାଳେ କିଛି ସମୟ ପାଇଁ ଜେଲ୍‌କୁ ଆସି ପଳାଇଥିବା ଅଭିଯୋଗ ହୋଇଥିଲା।

ଦୁଇ ବିହାରୀ ଅପରାଧୀ ଫେରାର ହେବା ପରେ ୩ ତାରିଖ ଦିନ ୧୦ଟା ବେଳେ ଆସି ଜେଲ୍‌ର ମିନିଟ୍ ବୁକ୍‌ରେ ୨ ଅକ୍ଟୋବରରେ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଖୋର୍ଦ୍ଧା ଯାଉଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ତାଙ୍କର ଏହି ଅନୁପସ୍ଥିତିରେ ତତ୍କାଳୀନ ଜେଲର୍‌ ଶ୍ରୀମତୀ ଦାଶଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିବା ଏହି ମିନିଟ୍‌ ବୁକ୍‌ରେ ଶ୍ରୀ ରାଉଳ ଦର୍ଶାଇଥିଲେ।

ଶ୍ରୀମତୀ ଦାଶ ଦାୟିତ୍ବ ଗ୍ରହଣ କରିଥିବା ନେଇ ମଧ୍ୟ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିଲା।

ଜେଲ୍‌ର ସିସି କ୍ୟାମେରା ଫୁଟେଜ୍‌ ଗୋଟିଏ ସୂଚନା ଦେଉଥିବା ବେଳେ ଜେଲ୍‌ର ପ୍ରବେଶ ପ୍ରସ୍ଥାନ ରେଜିଷ୍ଟର୍‌ ତଥ୍ୟ ଭିନ୍ନ ଥିଲା।

ଜୁଲାଇ ୧୩ ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଅଛି।

ଏହା ପୂର୍ବରୁ ପୁଲିସ ଏହି ମିନିଟ୍ ବୁକ୍‌ ଜବତ କରିବାକୁ ଯୋଜନା କରିଥିବା ବେଳେ ଏହା ନମିଳିବା ଘଟଣା ବଡ଼ ଷଡ଼୍‌ଯନ୍ତ୍ରର ଆଭାସ ଦେଉଛି।

Horoscope 2026 June 30: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।