Police Foil Bank Heist Bid: ଫେଲ୍‌ ମାରିଲା ବ୍ୟାଙ୍କ ଡକାୟତି ଉଦ୍ୟମ, ଆଲାର୍ମ ଯୋଗୁଁ ଧରାପଡ଼ିଲେ ୭ ସନ୍ଦିଗ୍ଧ

Sep 15, 2026 - 13:25
Police Foil Bank Heist Bid: ଫେଲ୍‌ ମାରିଲା ବ୍ୟାଙ୍କ ଡକାୟତି ଉଦ୍ୟମ, ଆଲାର୍ମ ଯୋଗୁଁ ଧରାପଡ଼ିଲେ ୭ ସନ୍ଦିଗ୍ଧ

ଫେଲ ମାରିଲା ଦୁର୍ବୃତ୍ତଙ୍କ ବ୍ୟାଙ୍କ ଡ଼କାୟତି ଉଦ୍ୟମ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ମାନଗୋବିନ୍ଦପୁରରେ ଥିବା ଏକ  ବ୍ୟାଙ୍କରେ ଡକାୟତି ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବ୍ୟାଙ୍କ ଭିତରେ ପଶି ଲୁଟ କରୁଥିଲେ। ତେବେ ଏହି ସମୟରେ ସ୍ବତନ୍ତ୍ର ଆଲାର୍ମ ସିଷ୍ଟମ ଯୋଗୁ ପୋଲିସ ନିକଟରେ ଖବର ପହଞ୍ଚିଥିଲା। ଖବର ପାଇ ପୋଲିସ ଚଢାଉ କରିଥିଲା। ପାଞ୍ଚ ଜଣ ସନ୍ଦିଗ୍ଧ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପିଛା କରି ଧରିଥିଲା ପୋଲିସ।

ଡ଼କାୟତ ଉଦ୍ୟମ ସନ୍ଦେହରେ ସାତ ଜଣଙ୍କୁ ଅଟକ ରଖି ପୋଲିସ ତନଘନା ଚଲାଇଛି। ସାତ ଦୁର୍ବୃତ୍ତ ପଶ୍ଚିମବଙ୍ଗ ଅଞ୍ଚଳର। ସ୍ଥାନୀୟ ବୈଶିଙ୍ଗା ଅଞ୍ଚଳର ଲୋକଙ୍କ ସହ ମିଶି ଏହି ଡକାୟତି କରୁଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।। ଦୁର୍ବୃତ୍ତମାନେ ବ୍ୟବହାର କରୁଥିବା ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର କୁ ମଧ୍ୟ ଜବତ୍ କରିଛି। ... 

ଦୁର୍ବୃତ୍ତଙ୍କ ବ୍ୟାଙ୍କ ଡ଼କାୟତି ଉଦ୍ୟମ ଫେଲ୍ 
ମୟୂରଭଞ୍ଜ ମାନଗୋବିନ୍ଦପୁରରେ ଥିବା ବ୍ୟାଙ୍କରେ ଲୁଟ୍ ଉଦ୍ୟମ
ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରିଥିଲେ ଦୁର୍ବୃତ୍ତ
ସ୍ବତନ୍ତ୍ର ଆଲାର୍ମ ସିଷ୍ଟମ ଯୋଗୁ ପୋଲିସ ନିକଟରେ ଖବର ପହଞ୍ଚିଲା
ଖବର ପାଇ ଚଢାଉ କରିଥିଲା ପୋଲିସ 
୫ ସନ୍ଦିଗ୍ଧ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ 
ସେମାନଙ୍କୁ ପିଛା କରି ଧରିଥିଲା ପୋଲିସ
ଡ଼କାୟତି ଉଦ୍ୟମ ସନ୍ଦେହରେ ୭ ଜଣଙ୍କୁ ଅଟକ ରଖି ତନାଘନା 
ସମସ୍ତ ୭ ଦୁର୍ବୃତ୍ତ ପଶ୍ଚିମବଙ୍ଗ ଅଞ୍ଚଳର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।