Portugal Suspend Cristiano Ronaldo: ରୋନାଲ୍ଡୋଙ୍କୁ ବଡ଼ ଝଟକା, ନିଲମ୍ବନ କଲା ପର୍ତ୍ତୁଗାଲ ଫୁଟବଲ୍ ଫେଡେରେସନ୍
ପର୍ତ୍ତୁଗାଲ ଫୁଟବଲ୍ ଟିମ୍ର ଷ୍ଟାର୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଜାତୀୟ ଦଳ ଛାଡ଼ି ଚାଲିଯିବା ଘଟଣାକୁ ନେଇ ରୋନାଲ୍ଡୋଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରିଛି ପର୍ତ୍ତୁଗାଲ ଫୁଟବଲ୍ ଫେଡେରେସନ୍।
ଅକ୍ଟୋବର ୭ ତାରିଖର ଘଟଣାକୁ ନେଇ ଅକ୍ଟୋବର ୯ରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତି ପରେ ରୋନାଲ୍ଡୋଙ୍କ ଉପରେ ନିଲମ୍ବନ ଜାରି ରହିବ। ଏହା ପୂର୍ବରୁ ରୋନାଲ୍ଡୋ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ପର୍ତ୍ତୁଗାଲର କୋଚ୍ ଜର୍ଜ ଜିସସ୍ଙ୍କୁ ସମାଲୋଚନା କରିଥିଲେ। ତାଙ୍କ ଉପରେ ଯେକୌଣସି ନିଲମ୍ବନ ଲାଗୁ ହେଲେ ତାହାକୁ ଗ୍ରହଣ କରିବେ ବୋଲି ମଧ୍ୟ କହିଥିଲେ ରୋନାଲ୍ଡୋ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।