PRAGATI 50 ’ପ୍ରଗତି ୫୦’ରେ ବିକଶିତ ହେବ ଓଡ଼ିଶାର ଦୁଇ ସହର ପୁରୀ ଓ ଭୁବନେଶ୍ୱର
"ଭୁବନେଶ୍ୱର: ସହରାଞ୍ଚଳ ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ପ୍ରୟାସକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି ।
କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ୍-ଅର୍ବାନ୍ ୨.୦ ଅଧୀନରେ ଆରମ୍ଭ ହୋଇଥିବା ପ୍ରଗତି୫୦ (ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଆଣ୍ଡ୍ ଟାଇମ୍ଲି ଇମ୍ପ୍ଲିମେଣ୍ଟସନ୍) ପଦକ୍ଷେପ ପାଇଁ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ଟି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀକୁ ଚୟନ କରାଯାଇଛି।Advertisment Urban Development: ସହରାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାର ସମୀକ୍ଷା: ପ୍ରକଳ୍ପ ତ୍ବରାନ୍ବିତ ଓ ଅର୍ଥର ସମୟୋଚିତ ବିନିଯୋଗ ନିର୍ଦ୍ଦେଶ ଚୟନ ହୋଇଥିବା ସହରଗୁଡ଼ିକୁ "ମଡେଲ୍ ସାନିଟେସନ୍ ସିଟି" ଭାବେ ବିକଶିତ କରିବା ପ୍ରଗତି ୫୦ର ମୂଳ ଲକ୍ଷ୍ୟ ।
ଏଥିପାଇଁ ବ୍ୟବସ୍ଥିତ ବର୍ଜ୍ୟ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ସ୍ୱଚ୍ଛତା, ପରିମଳ ଓ ନାଗରିକ ଅଂଶଗ୍ରହଣ ଭଳି କ୍ଷେତ୍ରରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନିଆଯିବ।
ନିୟମିତ ତଦାରଖ, ବୈଷୟିକ ମାର୍ଗଦର୍ଶନ ଓ ସୁସଂଗଠିତ ସହଯୋଗ ମାଧ୍ୟମରେ ଚୟନିତ ସହରଗୁଡ଼ିକରେ କାର୍ଯ୍ୟକାରୀ ଓ ସ୍ଥାୟୀ ସ୍ୱଚ୍ଛତା ବ୍ୟବସ୍ଥା ଗଢ଼ି ତୋଳାଯିବ ।
Seminar By Housing & Urban Development Department: ବିକଶିତ ଓଡ଼ିଶା ପାଇଁ ସହରାଞ୍ଚଳ ଜମି ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଜି (ମଙ୍ଗଳବାର) କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ ଆଭାସୀ ବୈଠକ ହୋଇଥିଲା।
ଏଥିରେ କାର୍ଯ୍ୟକ୍ରମର ଜାତୀୟ ସ୍ତରରେ ଶୁଭାରମ୍ଭ ହୋଇଥିଲା।
ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବୈଠକରେ ଉପସ୍ଥିତ ଥିଲେ।
Statement Urban Development Minister କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଲୋଚନା ସମୟରେ ଡଃ ମହାପାତ୍ର ଓଡ଼ିଶାରେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପ୍ରେସ୍ଡ ବାୟୋ-ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ବର୍ଜ୍ୟରୁ ଚାରକୋଲ୍ ପ୍ରସ୍ତୁତି ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ।
ସୂଚନାଯୋଗ୍ୟ ପ୍ରଗତି୫୦କୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ, ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ଏସ୍ ବି ଏମ୍- ୟୁ ଟିମ୍ ସହ ସମନ୍ୱୟରେ କାର୍ଯ୍ୟ କରାଯିବ ।
ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଓ ମାନକ କାର୍ଯ୍ୟ ପଦ୍ଧତି (ଏସ୍ଓପି) ଅନୁଯାୟୀ ବିଭିନ୍ନ ପଦକ୍ଷେପ ନିଆଯିବ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।