Prakash Paswan Missing From Police Radar: କେଉଁଠି ଲୁଚି ରହିଛନ୍ତି ଯୁବ ନେତା ପ୍ରକାଶ ପାଶୱାନ? ପୋଲିସର ତନାଘନା

Aug 22, 2026 - 15:07
Prakash Paswan Missing From Police Radar: କେଉଁଠି ଲୁଚି ରହିଛନ୍ତି ଯୁବ ନେତା ପ୍ରକାଶ ପାଶୱାନ? ପୋଲିସର ତନାଘନା

ରାଉରକେଲା ସହରରେ ଏବେ ଗୋଟିଏ ପ୍ରଶ୍ନକୁ ନେଇ ବଢୁଛି ଚର୍ଚ୍ଚା। କେବେ ଗିରଫ ହେବେ ଯୁବ ନେତା ପ୍ରକାଶ ପାଶୱାନ? ସର୍କିଟରେ ହାଉସରେ ବନ୍ଧୁକ ସହ ଅପରାଧୀ ଧରାପଡ଼ିବା ଘଟଣା ପରେ ପ୍ରକାଶଙ୍କୁ ଖୋଜିବାରେ ଲାଗିଛି ପୋଲିସ। ପ୍ରକାଶ ବ୍ୟବହାର କରୁଥିବା ଏକ କାରକୁ ପୋଲିସ ଜବତ କରି ଥାନାରେ ରଖିଥିବା ସୂଚନା ମିଳିଛି। କେବଳ ଗାଡ଼ି ଜବତ ନୁହେଁ, ପ୍ରକାଶଙ୍କ ପରିବାର ଲୋକଙ୍କୁ ମଧ୍ୟ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛି ପୋଲିସ।

ପରିବାରକୁ ଏକ ନୋଟିସ ମଧ୍ୟ ଦିଆଯାଇଥିବା କୁହାଯାଉଛି। ପ୍ରକାଶ ପାଶୱାନଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଛି ୫ଟି ସ୍ୱତନ୍ତ୍ର ଟିମ୍। ରାଜ୍ୟ ଭିତରେ ଖୋଜାଖୋଜି ଜାରି ରହିଥିବା ବେଳେ ରାଜ୍ୟ ବାହାରକୁ ମଧ୍ୟ ଟିମ୍ ପଠାଯାଇଥିବା ସୂଚନା ରହିଛି। ଏବେ ସମସ୍ତଙ୍କ ନଜର, ପୋଲିସର ଏହି ଅଭିଯାନ କେବେ ଦେବ ସଫଳତା, ଆଉ କେବେ ଧରାପଡ଼ିବେ ପ୍ରକାଶ ପାଶୱାନ?

ପ୍ରକାଶ ପାଶୱାନଙ୍କ ପରିବାରକୁ ଜେରା
ରାଉରକେଲା ସର୍କିଟ୍ ହାଉସ୍ ଘଟଣାରେ ତନାଘନା
କେବେ ଗିରଫ ହେବେ ଯୁବ ନେତା ପ୍ରକାଶ ପାଶୱାନ? 
ପ୍ରକାଶ ପାଶୱାନଙ୍କୁ ଖୋଜୁଛି ପୋଲିସର ୫ଟି ଟିମ୍ 
ଥାନାରେ ପ୍ରକାଶଙ୍କ କାର୍, ପରିବାରକୁ ପଚରାଉଚରା
ପ୍ରକାଶଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସ ଟିମ୍
କେଉଁଠି ଲୁଚି ରହିଛନ୍ତି ଯୁବ ନେତା ପ୍ରକାଶ ପାଶୱାନ? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।