Pregnant Woman Carried 3 Km on Stretcher: ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

Aug 13, 2026 - 12:12
Pregnant Woman Carried 3 Km on Stretcher: ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଗାଁକୁ ନାହିଁ ରାସ୍ତା ଷ୍ଟେଚରରେ ବୁହା ହେଲେ ଗର୍ଭବତୀ। ପାଖାପାଖି ୩ କିଲୋମିଟର ବୋହି ଆଣିଲେ ପରିବାର ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଅଟଣ୍ଡା ପଞ୍ଚାୟତର ଶ୍ରୀଗାମପୁଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। 

ଗାଁକୁ ରାସ୍ତା ନଥିବାରୁ ପ୍ରସବ ବେଦନାରେ ଥିବା ମଣି ଖିଲ୍ଲୋଙ୍କୁ ପ୍ରାୟ ୩ କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବାକୁ ପଡ଼ିଥିଲା। ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ୩ କିଲୋମିଟର ଦୂରରେ ଅଟକି ରହିଥିଲା। 

ପରେ ଡ୍ରାଇଭର ଗୋପାଳ କୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି ଓ ଆଟେଣ୍ଡାଣ୍ଟ ଦୀପକ ପାତ୍ରଙ୍କ ସହଯୋଗରେ ମଣିଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ପରେ ତାଙ୍କୁ ନନ୍ଦପୁର ସିଏଚ୍ ସିରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ମହିଳା ଜଣକ ସୁସ୍ଥ ଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।