Pregnant Woman Raped On Moving Train: ଖାଲି କୋଚ୍ରେ ଘଟିଲା ଅଘଟଣ, ଅଭିଯୁକ୍ତ ବାନ୍ଧିଲା ପୋଲିସ
ଚଳନ୍ତା ଟ୍ରେନ୍ରେ ଜଣେ ୨୦ ବର୍ଷୀୟ ଗର୍ଭବତୀ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଦିଲ୍ଲୀରୁ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଯାଉଥିବା ମହାନନ୍ଦା ଏକ୍ସପ୍ରେସ୍ର ଦିବ୍ୟାଙ୍ଗ କୋଚ୍ରେ ଏହି ଘଟଣା ଘଟିଛି।
ଟ୍ରେନ୍ଟି ହାସିମାରା ନିକଟରେ ପହଞ୍ଚିବା ବେଳେ ପାଖ କୋଚ୍ର ରେଲୱେ କର୍ମଚାରୀ ମହିଳାଙ୍କ ଚିତ୍କାର ଶୁଣି ରେଲୱେ ହେଲ୍ପଲାଇନ୍କୁ ଜଣାଇଥିଲେ। ଏହାପରେ ଆଲିପୁରଦ୍ୱାର ଷ୍ଟେସନ୍ରେ GRP ଓ RPF ପ୍ରସ୍ତୁତ ରହି ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରିଥିଲେ।
ପୋଲିସ ଅନୁସାରେ, ଅଭିଯୁକ୍ତଙ୍କ ନାଁ ଗୌତମ ମାହାତୋ, ସେ ଆସାମର ରଙ୍ଗିଆ ଅଞ୍ଚଳର ବାସିନ୍ଦା। ମହିଳାଙ୍କ ଅଭିଯୋଗ ଆଧାରରେ ଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଛି। କୋର୍ଟ ଅଭିଯୁକ୍ତଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡକୁ ପଠାଇଛନ୍ତି। ଘଟଣାର ସମସ୍ତ ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।