27 OCTOBER 2026

Welcome!

Unlock your personalized experience.
Sign Up

Pregnant woman: ପ୍ରସବ ପାଇଁ ଘୂରିବୁଲିଲେ ଗର୍ଭବତୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଲେ ମୃତ ସନ୍ତାନ

Oct 27, 2026 - 06:50
Pregnant woman: ପ୍ରସବ ପାଇଁ ଘୂରିବୁଲିଲେ ଗର୍ଭବତୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଲେ ମୃତ ସନ୍ତାନ

କାଶୀପୁର: ଗାଁକୁ ରାସ୍ତା ନଥିବାରୁ ୫ କିମି ଭାରରେ ବୁହାହେହେଲ। ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ପ୍ରସବ ପାଇଁ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିଥିଲେ ଗର୍ଭବତୀ। ‌ଶେଷରେ ରାୟଗଡ଼ାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ମାଳିପଦର ଗ୍ରାମର ସୁକୁ ମାଝୀ। ଜନନୀ ଯନ୍ତ୍ରଣା ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ।

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଲେ ମୃତ ସନ୍ତାନ
ସୁଙ୍ଗେର ପିଏଚ୍‌ସିରେ ଡାକ୍ତର ଅନୁପସ୍ଥିତ
କାଶୀପୁରରେ ମିଳିଲାନି ଆବଶ୍ୟକ ଚିକିତ୍ସା

ସୂଚନା ମୁତାବକ, ମାଳିପଦର ଗ୍ରାମର ଅର୍ଜୁନ ମାଝୀଙ୍କ ପତ୍ନୀ ସୁକୁ ରବିବାର ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକଙ୍କ ସୂଚନା ପରେ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ମାଳିପଦର ଗାଁକୁ ରାସ୍ତା ନଥିବାରୁ ଆଲିଗୁନା ଗାଁ ନିକଟରେ ଅଟକି ରହିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ଦୀପକ ଗୋପାଳଙ୍କ ସହଯୋଗରେ ପରିବାର ଲୋକେ ପାହାଡ଼ିଆ ଅଞ୍ଚଳରେ ଥିବା ଗ୍ରାମରୁ ଭାରରେ ଗର୍ଭବତୀଙ୍କୁ ୫ କିମି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗର୍ଭବତୀଙ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତର ନ ଥିବାରୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ସୁବିଧା ନ ଥିବାରୁ ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତୁରନ୍ତ ସୁକୁଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସୁକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ସନ୍ତାନକୁ ଜନ୍ମ ଦେଇଥିଲେ। ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।