President Murmu & PM Modi To Visit Odisha: ମୋଦିଙ୍କ ପରେ ମୁର୍ମୁଙ୍କ ଓଡ଼ିଶା ଗସ୍ତ, କିଚକେଶ୍ୱରୀଙ୍କ ଦର୍ଶନ ସହ ରହିଛି କାର୍ଯ୍ୟକ୍ରମ
ଓଡ଼ିଶା ଆସୁଛନ୍ତି ଦେଶର ଦୁଇ ସର୍ବୋଚ୍ଚ ସାମ୍ବିଧାନିକ ବ୍ୟକ୍ତିତ୍ବ । ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭୁବନେଶ୍ୱର ନିକଟସ୍ଥ ଇନଫୋ ଭ୍ୟାଲି-୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଏବଂ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି।
୧୮ ଏକର ଜମିରେ ନିର୍ମିତ ଏହି ଅତ୍ୟାଧୁନିକ କେନ୍ଦ୍ର ଦେଶର ଡାଟା ସୁରକ୍ଷା, ବିପର୍ଯ୍ୟୟ ପରବର୍ତ୍ତୀ ତଥ୍ୟ ପୁନରୁଦ୍ଧାର ଏବଂ ସାଇବର ସୁରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବ। ଏହା ଓଡ଼ିଶାର ଟେକ୍ନୋଲୋଜି କ୍ଷେତ୍ର ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି। ଅନ୍ୟପଟେ, ଅକ୍ଟୋବର ୨୮ ତାରିଖରେ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ସେ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ କିଚକେଶ୍ୱରୀଙ୍କ ଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।