Projects Suspended in Bhadrak ଭଦ୍ରକରେ ୮ ପ୍ରକଳ୍ପର ଟେଣ୍ଡର ବାତିଲ, ପୁନଃ ଟେଣ୍ଡେର ଅପେକ୍ଷାରେ ୪ ପ୍ରକଳ୍ପ
ଭଦ୍ରକ (ହରିହର ନାୟକ): ଭଦ୍ରକ ପଞ୍ଚାୟତ ସମିତି ଅଧୀନରେ ୮ଟି ଉନ୍ନୟନମୂଳକ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି।
ଏଥିରେ ୪ଟି ଶିକ୍ଷାନୁଷ୍ଠାନରେ ନିର୍ମାଣ କାର୍ଯ୍ୟ ଏବଂ ୪ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ପ୍ରକଳ୍ପ ରହିଛି।
ଏନେଇ ପଞ୍ଚାୟତ ସମିତି ପକ୍ଷରୁ ନଭେମ୍ବର ୨ ତାରିଖରେ ଅଫିସ୍ ଅର୍ଡର ନଂ ୫୯୨୬ ଜାରି ହୋଇଛି।
Advertisment Bhadrak Block Chairperson: ଭଦ୍ରକ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଦଳୀୟ କର୍ମୀଙ୍କ ବିରୋଧ: ରାସ୍ତାକୁ ଓହ୍ଲାଇ ପ୍ଲାକାର୍ଡ ଧରି ପ୍ରତିବାଦ ସୂଚନା ଅନୁଯାୟୀ, ଭଦ୍ରକ ସଦର ବ୍ଲକ୍ ଅଧୀନ ଗୁଜିଡଦରଡ଼ା ସରକାରୀ ହାଇସ୍କୁଲ, ନାରାୟଣ ଚନ୍ଦ୍ର ନୋଡାଲ ସରକାରୀ ହାଇସ୍କୁଲ, ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟ ଓ ପଲି ସ୍ଥିତ ଆଞ୍ଚଳିକ ସହଯୋଗ ସଂସ୍କୃତ ଡିଗ୍ରୀ କଲେଜରେ ନିର୍ମାଣ କାର୍ଯ୍ୟ ସହ ବରହମପୁର, ଓଲଙ୍ଗ, ବିଷ୍ଣୁପୁରବିନ୍ଧା ଓ ଗେଲପୁର ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା।
BJP Factional Dispute in Bhadrak Block: ଭଦ୍ରକ ବ୍ଲକ୍ରେ ଦୁଇ ବିଜେପି ଗୋଷ୍ଠୀ ମଧ୍ୟରେ ତୁତୁମେମେ, ଦଳର ବିରୋଧୀଙ୍କୁ ଶକ୍ତି ଦେଖାଇଲେ ବ୍ଲକ ଅଧ୍ୟକ୍ଷା ସମ୍ପ୍ରତି ୪ଟି କଲ୍ୟାଣ ମଣ୍ଡପ ପ୍ରକଳ୍ପ ସମ୍ପର୍କିତ ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି।
ଏଥିସହ ଅଫଲାଇନ୍ରେ ଦାଖଲ ହୋଇଥିବା ସିଲ୍ ଟେଣ୍ଡର ଲଫାଫାରେ ପ୍ରକଳ୍ପର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ନଥିବାରୁ କୋର୍ଟରେ ବିଚାରାଧୀନ ପ୍ରକଳ୍ପଗୁଡ଼ିକୁ ଅନ୍ୟ ପ୍ରକଳ୍ପଠାରୁ ପୃଥକ୍ କରିବା ସମ୍ଭବ ହୋଇନଥିଲା।
ଫଳରେ ସମସ୍ତ ୮ଟି ପ୍ରକଳ୍ପର ଟେଣ୍ଡର ଖୋଲିବା ପ୍ରକ୍ରିୟା ସ୍ଥଗିତ ରଖାଯାଇଛି।
Bhadrak Loan Fraud: ୧୨ ଲକ୍ଷ ଋଣର ଝଲକ ଦେଖାଇ ୪୦.୫୧ ଲକ୍ଷ ଟଙ୍କାର ଚୂନ ଲଗାଇଲେ ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସିଲ୍ ଟେଣ୍ଡରଗୁଡ଼ିକୁ ଅଖୋଲା ଅବସ୍ଥାରେ କାର୍ଯ୍ୟାଳୟରେ ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ହୋଇଛି।
ଟେଣ୍ଡରରେ ଭାଗ ନେଇଥିବା ଠିକାଦାରମାନେ ଆବଶ୍ୟକ ପ୍ରମାଣପତ୍ର ଓ ପାଉତି ଦାଖଲ କରି ନିଜର କାଗଜପତ୍ର ଏବଂ ଇଏମ୍ଡି ଅର୍ଥ ଫେରସ୍ତ ନେଇପାରିବେ।
ଅନ୍ୟପକ୍ଷରେ ହାଇକୋର୍ଟରେ ବିଚାରାଧୀନ ନଥିବା ୪ଟି ଶିକ୍ଷାନୁଷ୍ଠାନର ନିର୍ମାଣ ପ୍ରକଳ୍ପ ପାଇଁ ପୁନର୍ବାର ସାନି ଟେଣ୍ଡର ଆହ୍ୱାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।