Protest: ଫ୍ରାନ୍ସ-ସ୍ପେନ୍‌ରେ ପ୍ରତିବାଦ ଜାରି, ଦୋକାନ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

Oct 25, 2026 - 08:47
Protest: ଫ୍ରାନ୍ସ-ସ୍ପେନ୍‌ରେ ପ୍ରତିବାଦ ଜାରି, ଦୋକାନ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

ପ୍ୟାରିସ୍‌: ଫ୍ରାନ୍ସରେ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ପ୍ୟାରିସ ରୁ ୧୨୦ କିଲୋମିଟର ଦୂରରେ ଥିବା ଅର୍ଲିଅନ୍ସରେ ଆରମ୍ଭ ହୋଇଥିବା ପ୍ରତିବାଦ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା।

କିନ୍ତୁ ଶନିବାର ସନ୍ଧ୍ୟାରେ ପୁଣି ଥରେ ହିଂସାତ୍ମକ ହୋଇଗଲା।

Advertisment ଅନେକ ସ୍ଥାନରେ ପ୍ରଦର୍ଶନକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ ଏବଂ ପାଣି ତୋପ ପ୍ରୟୋଗ କରିବାକୁ ପଡିଥିଲା।

ପ୍ରଦର୍ଶନ ଉପରେ ନିଷେଧ ସତ୍ତ୍ୱେ, ପ୍ୟାରିସରେ ପ୍ରାୟ ୧,୧୦,୦୦୦ ଏବଂ ସାରା ଦେଶରେ ୪,୧୦,୦୦୦ ପ୍ରଦର୍ଶନକାରୀ ସେମାନଙ୍କ ଦାବିକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ।

ଉପଦ୍ରବ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ମାର୍ସିଲି, ଲିଓନ, କ୍ଲରମୋଣ୍ଟ-ଫେରାଣ୍ଡ ଏବଂ ଷ୍ଟ୍ରାସବର୍ଗରେ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା।

ନାଇସ ଏବଂ ନାଣ୍ଟେସରେ ପାଣି ତୋପ ମୁତୟନ କରାଯାଇଥିଲା।

ପ୍ରଦର୍ଶନକାରୀମାନେ ପୁଲିସ ଉପରେ ପ୍ରୋଜେକ୍ଟାଇଲ ସାହାଯ୍ୟରେ ଆକ୍ରମଣ କରିଥିଲେ।

ରଏଟର୍ସଙ୍କ ରିପୋର୍ଟ ଅନୁଯାୟୀ, ରାଲି ଶେଷ ହେବା ପରେ ପ୍ୟାରିସରେ ମୁଖା ପିନ୍ଧିଥିବା ୫୦୦ରୁ ଅଧିକ ପ୍ରଦର୍ଶନକାରୀ ପୁଲିସ ଉପରେ ପଥର ମାଡ଼ କରିଥିଲେ।

ମାର୍ସିଲରେ ପ୍ରଦର୍ଶନକାରୀମାନେ ବଡ଼ ବଡ଼ ଧାତୁ ଚାଦର ସହିତ ରାସ୍ତା ଅବରୋଧ କରିଥିଲେ।

ଅଳିଆ ଡବା ପୋଡ଼ି ଦେଇଥିଲେ ଏବଂ ପୁଲିସ ଉପରେ ପଥର ଏବଂ ବୋତଲ ଫିଙ୍ଗିଥିଲେ।

France unrest: 'ପ୍ୟାରିସ୍ ଖୁବ୍ ଶୀଘ୍ର ଏକ ମୁସଲିମ୍ ସହର ହୋଇଯିବ' ୨୦ରୁ ଅଧିକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ପୁଲିସ ଅନୁଯାୟୀ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିଥିଲା।

ପ୍ରଦର୍ଶନକାରୀମାନେ ଦୁଇଟି ଅଳଙ୍କାର ଦୋକାନରେ ମଧ୍ୟ ପଶିବାକୁ ଚେଷ୍ଟା କରିଥିଲେ।

ବୋର୍ଡୋ, ଲିଓନ୍ ଏବଂ ଗ୍ରେନୋବଲରେ ମଧ୍ୟ ହିଂସା ଘଟିଥିଲା।

ପୁଲିସ କହିଛି ଯେ ଗତ ସପ୍ତାହ ତୁଳନାରେ ଏଥର ହିଂସାର ଘଟଣା କମ୍ ହୋଇଛି।

କେନ୍ଦ୍ରୀୟ ପ୍ୟାରିସରେ ସୁରକ୍ଷା ଏତେ କଡ଼ା ଥିଲା ଯେ ଅନେକ ଅଞ୍ଚଳରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଥିଲା।

ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ କାଠ ବୋର୍ଡ ଲଗାଇଥିଲେ।

ଲୁଭ୍ର, ମୁସି ଡି'ଅରସେ ଏବଂ ପ୍ୟାରିସ ଅପେରା ଭଳି ପ୍ରମୁଖ ସାଂସ୍କୃତିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।

୨୦ରୁ ଅଧିକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।