Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ

Sep 21, 2026 - 01:04
Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ

"କୋଷାଗୁମୁଡା/କୋଡ଼ିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତର ମହିଳାମାନେ ରବିବାର ଦିନ ଏକତ୍ରିତ ହୋଇ ଡ଼ୁମାଦେଇ ଗ୍ରାମର ଜଣେ ମଦ ବେପାରୀ ଘରେ ଚଢ଼ଉ କରି ୧୦ ପେଟି ବିଦେଶୀ ମଦ ଓ ଦେଶୀ ମଦ ପାଉଚ ଜବତ କରି କୋଡିଙ୍ଗା ଥାନା ସମୃଖରେ ଭାଙ୍ଗି ନଷ୍ଟ କରିଛନ୍ତି।

Advertisment କୋଡିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଇଥିଲେ ମଧ୍ୟ କେହି ବୁଝି ନଥିଲେ।

ପୁଲିସ ଉପସ୍ଥିତିରେ ସମସ୍ତ ମଦ ନଷ୍ଟ କରିଥିଲେ ଓ ପୁଲିସ ଦେଖଣାହାରୀ ସାଜିଥିଲା।

ପୁଲିସ ଉପରେ ଆମର ଭରସା ନାହିଁ ବୋଲି ମହିଳାମାନେ ନାରା ଦେଇଥିଲେ।

ଗାଁ ଗାଁରେ ଅବାଧରେ ମଦ ବିକ୍ରି ହେଉ ଥିବାରୁ ମହିଳା, ପୁରୁଷ ମଦ୍ୟପାନ କରୁଛନ୍ତି।

ଏଥି ଶହ କିଛି ନାବାଳକ ଓ ଛାତ୍ରଛାତ୍ରୀ ମଦ୍ୟପାନ କରି ପଥ ଭଷ୍ଟ ହେଉଥିବା ମହିଳାମାନେ କହିଛନ୍ତି।

Illegal Liquor Traders ପୁଣି ବନ୍ଧାହେଲେ ୧୨ ମଦ ବେପାରୀ, ୧୪ହଜାର ଲିଟର ‌ପୋଚ ଓ ମଦ ଜବତ ମଦ ଯୋଗୁ ପରିବାର ଉଜୁଡି ଯାଉଛି।

ବିଭିନ୍ନ ସମୟରେ ଗଣ୍ଡଗୋଳ ହେବା ସହିତ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛି।

ତେଣୁ ମଦ କାରବାର ବନ୍ଦ କରିବା ପାଇଁ କୋଡିଙ୍ଗା ପଞ୍ଚାୟତର ମହିଳାମାନେ ଏଭଳି ପଦକ୍ଷେପ ନେବାପାଇଁ ହେଉଛୁ ବୋଲି ମହିଳାମାନେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।