Protest: ଦିଲ୍ଲୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ଜୋରଦାର ବିରୋଧ

Sep 23, 2026 - 23:04
Protest: ଦିଲ୍ଲୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ଜୋରଦାର ବିରୋଧ

"ନୂଆଦିଲ୍ଲୀ: ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ଆଜି ଲେଡି ଶ୍ରୀରାମ କଲେଜ ଓ ଗାର୍ଗୀ କଲେଜ ସମେତ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରୀ ଜାତୀୟ ରାଜଧାନୀରେ ବଡ଼ ଧରଣର ଆନ୍ଦୋଳନ କରିଛନ୍ତି।

ଜଣେ ୧୭ ବର୍ଷୀୟା ନାବାଳିକା ତାଙ୍କ ଜନ୍ମଦିନରେ କାଲକାଜୀ ମନ୍ଦିରରୁ ଫେରୁଥିବା ସମୟରେ ଆସ୍ଥା କୁଞ୍ଜ ପାର୍କ ନିକଟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ଏହାର ପ୍ରତିବାଦରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଅନ୍ୟ କଲେଜର ଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ଦେଇଥିଲେ।

ସେମାନେ କ୍ଲାସ୍‌ରେ ଯୋଗ ନ ଦେଇ ମହିଳାଙ୍କ ସୁରକ୍ଷା ଦାବି କରିଥିଲେ।Advertisment ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଓ ପିସିଆର୍‌ ଭ୍ୟାନ୍‌ ମୁତୟନ କରାଯାଇଥିଲା।

ଲେଡି ଶ୍ରୀରାମ କଲେଜର ପଛ ଗେଟ୍‌ ନିକଟରେ ଦୁଷ୍କର୍ମ ମାମଲାର ଜଣେ ଅଭିଯୁକ୍ତକୁ ପୁଲିସ ଏନ୍‌କାଉଣ୍ଟର୍‌ କରି ଧରିଥିଲା।

ଏହି ସ୍ଥାନ କଲେଜଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି।

ଘଟଣା ପରେ ଏଲ୍‌ଏସ୍‌ଆର୍‌ ଛାତ୍ରୀମାନେ କଲେଜ ନଆସି ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗ ଦେଇଛନ୍ତି।

ସୁରକ୍ଷା ବୃଦ୍ଧି ପାଇଁ କଲେଜ ପ୍ରଶାସନ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିଛି।  sexual assault ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ନାବାଳକ ସମେତ ୫ ଅଟକ ଘଟଣାକୁ ନେଇ ବିବାଦ ତୀବ୍ର ହେବାପରେ ଦିଲ୍ଲୀ ଉପରାଜ୍ୟପାଳ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ସେ ଡିଡିଏ (ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି)ର ଉପାଧ୍ୟକ୍ଷ, ଏମ୍‌ସିଡି (ଦିଲ୍ଲୀ ପୌର ନିଗମ) କମିସନର ଓ ଦିଲ୍ଲୀ ପୁଲିସ କମିସନରଙ୍କ ସହ ଆଲୋଚନା କରିଛନ୍ତି।

ବୈଠକରେ ପ୍ରଶାସନିକ ଓ ସୁରକ୍ଷା ତ୍ରୁଟି ଉପରେ ଗୁରୁତ୍ବ ଦିଆଯାଇଛି।

ବିଶେଷ କରି ଡିଡିଏ ଦ୍ବାରା ପରିଚାଳିତ କାଲକାଜୀ ପାର୍କରେ ସିସିଟିଭି କ୍ୟାମେରା ନ ଥିବା ଏବଂ ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ଆଲୋଚନା ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ୧୨ ଦିନ ମଧ୍ୟରେ ଦିଲ୍ଲୀରେ ୪ଟି ସାଂଘାତିକ ଘଟଣା ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ଏହି ଘଟଣା ପରେ ସୁରକ୍ଷା କାରଣରୁ ଲେଡି ଶ୍ରୀରାମ କଲେଜର ଛାତ୍ରୀ ଓ ଶିକ୍ଷକମାନେ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।